କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ଲକ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ମୃତ୍ୟୁ ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଏନେଇ ରାଜ୍ୟ ସରକାର ଚିନ୍ତିତ ଓ ସଚେତନ ଅଛନ୍ତି । ତୁରନ୍ତ ଘଟଣାସ୍ଥଳକୁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ପଠାଇ ଏହାର ତଦନ୍ତ କରିଛନ୍ତି । ଏହି ଘଟଣାର ତ୍ୱରିତ ତଦନ୍ତ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ପ୍ରାଥମିକ ତଦନ୍ତ ଅନୁସାରେ ମୃତକ ୨ ଜଣଙ୍କ ସମେତ ଚିକିତ୍ସିତ ହେଉଥିବା ୬ ଜଣଙ୍କୁ ଗତ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି । ଅକ୍ଟୋବର-ଡିସେମ୍ବର ମାସର ରାସନ ବଂଟନ ପ୍ରକ୍ରିୟା ଜାରି ରହିଛି । ତେଣୁ ରାସନ ସାମଗ୍ରୀ ନ ପାଇବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେଡି ନେତାମାନେ ଏଭଳି ଭିତିହୀନ ଅଭିଯୋଗ କରୁଛନ୍ତି । ୨୪ ବର୍ଷ ଶାସନରେ “ନଗଡା ଇତିହାସ” ସୃଷ୍ଟି କରିଥିବା ବିଜେଡି ଆଜି ଅପପୃଷ୍ଟି ପ୍ରସଙ୍ଗରେ ବିବୃତି ଦେଇ ନିଜ ବିଫଳତାକୁ ପରିପ୍ରକାଶ କରିଛି ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରେସ ବିବୃତି ଜରିଆରେ ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।
ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ବିଜେଡି ଶାସନବେଳେ ଓଡ଼ିଶାରେ ୩୧ ପ୍ରତିଶତ ଶିଶୁ ପୃଷ୍ଟିହୀନତା ଏବଂ ୬୪ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର ହୋଇଛନ୍ତି । ସେହିପରି ୬୧.୮ ପ୍ରତିଶତ ଗର୍ଭବତୀ ମହିଳା ରକ୍ତହୀନତାର ଶିକାର ହୋଇଥିଲେ । ଶିଳ୍ପୋନ୍ନତ ଅନୁଗୋଳରେ ୭୫.୮, ଝାରସୁଗୁଡାରେ ୬୮.୧ ଓ ସମ୍ବଲପୁରରେ ୬୭.୧, ଗଜପତି ୭୭.୪, ରାୟଗଡା ୭୭.୩, କେନ୍ଦୁଝର ୭୪.୭, ମାଲକାନଗିରି ୭୪.୩, କଳାହାଣ୍ଡି ୭୦.୨, ସୁନ୍ଦରଗଡରେ ୬୮.୪ଭାଗ ଗର୍ଭବତୀ ମହିଳା ରକ୍ତହୀନତାର ଶିକାର ହୋଇ ଏବେବି କଷ୍ଟ ପାଉଛନ୍ତି । ଉତରାଧିକାରୀଭାବେ ବିଜେଡି ସରକାରର ଏଭଳି ଅଲୋଡା ସଫଳତା ଆମକୁ ମିଳିଛି ।
ବିଜେପି ସରକାରର ଲୋକକଲ୍ୟାଣ କାର୍ଯ୍ୟରେ ବିରୋଧୀ ବିଜେଡି ନେତାମାନେ ଇଷ୍ୱର୍ାନ୍ୱିତ ହୋଇପଡ଼ିଛନ୍ତି । ନିଜ ଦଳର ଅର୍ନ୍ତକନ୍ଦଳକୁ ଲୋକଲୋଚନରୁ ଦୁରେଇ ରଖିବା ଉଦ୍ଦେଶ୍ୟରେ ଅଯଥା ବିବୃତିମାନ ଦେଉଛନ୍ତି । ବିଜେଡି ନେତୃବୃନ୍ଦ ଧର୍ଯ୍ୟ ରଖିବା ସହ ଅଶାନ୍ତି ଓ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନ କରନ୍ତୁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ କୁମାର ଦାସ ଉପସ୍ଥିତ ଥିଲେ ।
Trending
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
- ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି,ରାଜ୍ୟର ୪୧ ଲ୪ରୁ ଉର୍ଦ୍ଧ କୃଷକ ପରିବାର ଉପକୃତ ହେବେ
- ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା
- ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ହେଲେ ଆଯୋଧ୍ୟା ରାମ ମନ୍ଦିରର CEO
- ଓଡ଼ିଶାରେ କମିଲା PUCC ଜରିମାନା, ଗାଡ଼ି ଅନୁସାରେ ଲାଗିବ ଅଲଗା ଅଲଗା ଜରିମାନା
- ନୂଆ ପୋଲିସ ମୁଖ୍ୟ ଚୟନ ଉପରେ ଜାରି ରହିଲା ସସ୍ ପେନ୍ସ,ସେପ୍ଟେମ୍ବର ୭କୁ ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି
- ୧୦ ମାସ ପରେ ବ୍ରହ୍ମପୁର ଜେଲରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା,ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ହୋଇଥିଲେ ଗିରଫ
- ସ୍ୱାୟତ୍ତ ଶାସନ ଦିବସ: ସହରର ବିକାଶ ପାଇଁ ଏକଜୁଟ ହେବାକୁ ଟିଟିଲାଗଡ଼ ପୌରପରିଷଦର ଆହ୍ୱାନ
- ଯେପର୍ଯ୍ୟନ୍ତ ଅତ୍ୟନ୍ତ ଆବଶ୍ୟକ ନହୋଇଛି, ସେପର୍ଯ୍ୟନ୍ତ ସୁନା କିଣିବାରୁ ଦୂରେଇ ରହିବା ଉଚିତ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ