ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଆରମ୍ଭ
ହୀରାକୁଦ ଜଳଭଣ୍ଡାରର ୫୦୦ ବର୍ଗ କିଲୋମିଟର ମଧ୍ୟରେ ପକ୍ଷୀ ଗଣନା କରାଯାଉଛି। ସକାଳ ୬ଟାରୁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ, ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପକ୍ଷୀ ଗଣାଯିବ। ହୀରାକୁଦ ଓ୍ବାଇଲ୍ଡ ଲାଇଫ ଡିଭିଜନ ପକ୍ଷରୁ ସମ୍ବଲପୁର, ଝାରସୁଗୁଡା ଓ ଛତିଶଗଡ ସଂଲଗ୍ନ ଜଳଭଣ୍ତାରରେ ପକ୍ଷୀ ଗଣନା ଚାଲିଛି। ହୀରାକୁଦ ଡ୍ୟାମ ନିକଟରୁ ଛତିଶଗଡ ସୀମାନ୍ତ ପର୍ଯ୍ୟନ୍ତ ଗଣନା କରାଯିବ। ଏଥିପାଇଁ ୨୧ଟି ସେକ୍ଟର ଗଠନ କରାଯାଇଛି। ୩୦ ଜଣ ବନ ଅଧିକାରୀ, ପକ୍ଷୀ ବିଶେଷଜ୍ଞ ଓ ଗଣନାକାରୀଙ୍କ ସହ ୭୮ ଜଣ ସାମିଲ ହୋଇଛନ୍ତି। ତେବେ ବିଦେଶୀ ପକ୍ଷୀମାନଙ୍କର ଆଗମନ ପୂର୍ବବର୍ଷ ତୁଳନାରେ ଅଧିକ ଥିବା ଜଣାପଡ଼ିଛି।