ଜାନୁଆରିରେ ଆସୁଛି ବର୍ଷାଙ୍କ “WIFE”
ସୁରକ୍ଷା-ସମ୍ମାନ-ସଂସ୍କୃତି ଆଉ ସହନଶୀଳତା । ଏଇ 4 ଫଣ୍ଡାକୁ ନେଇ ବର୍ଷା ଆସୁଛନ୍ତି ୱାଇଫ୍ ହୋଇ । ପୁଣି ଥରେ ବର୍ଷାଙ୍କ ଫିଲ୍ମର ଗୀତ ମାର୍କେଟରେ ଧୂମ୍ ମଚାଇବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଜାନୁଆରୀ ମାସରେ ଫିଲ୍ମ ରିଲିଜ୍ ନେଇ ନିଜେ ଘୋଷଣା କରିଛନ୍ତି ବର୍ଷା। ଫିଲ୍ମର କାହାଣୀକୁ ନେଇ ସସପେନ୍ସ ଲାଗି ରହିଥିଲେ ବି ସ୍ବାମୀ-ସ୍ତ୍ରୀଙ୍କ ସଂପର୍କର ବିଭିନ୍ନ ସେଡ୍ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଖାସ୍ କରି ଫିଲ୍ମ ଏଣ୍ଡିଂକୁ ଅପେକ୍ଷା କରିଛନ୍ତି ଦର୍ଶକ । ମାହି ଭୂମିକାରେ ବର୍ଷା ପ୍ରିୟଦର୍ଶିନୀ ଅଭିନୟ କରୁଥିବା ବେଳେ ତାଙ୍କ ଅପୋଜିଟରେ ଯୁବରାଜ ଭୂମିକାରେ ଦେଖାଦେବେ ଜୟଜିତ୍। ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ମଳୟ ମିଶ୍ର, ସ୍କ୍ରିନ୍ ପ୍ଲେ ଓ କ୍ରିଏଟିଭ୍ ହେଡ୍ ଦାୟିତ୍ଵ ରେ ଅଛନ୍ତି ନିଜେ ବର୍ଷା ।