ପୁଲିସ୍ ଭ୍ୟାନକୁ ଧକ୍କା ଦେଲା ଆମ୍ବୁୁଲାନ୍ସ , ହୋମ୍ଗାର୍ଡ ପ୍ରାଣ ହରାଇଲେ
ପୁଲିସ୍ ଭ୍ୟାନକୁ ଧକ୍କା ଦେଲା ଆମ୍ବୁୁଲାନ୍ସ , ହୋମ୍ଗାର୍ଡ ପ୍ରାଣ ହରାଇଲେ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଉଦଳା ବାରିପଦା ପେଟ୍ରୋଲ ପମ୍ପ ନିକଟରେ । ସୋମବାର ବିଳମ୍ବିତ ରାତିରେ ଏକ ପୁଲିସ୍ ଭ୍ୟାନକୁ ୧୦୮ ଆମ୍ବୁୁଲାନ୍ସ ଧକ୍କା ଦେଇଥିଲା ଏଥିରେ ଜଣେ ହୋମଗାର୍ଡଙ୍କର ଗୁରୁତର ଆହତ ହୋଇଥିଲେ। ତାଙ୍କ ସହ ଆଇଆଇସିଙ୍କ ସମେତ ୪ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ । ଗୁରୁତର ଆଇଆଇସିଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତ ହୋଇଥିବା ହୋମଗାର୍ଡ ଲକ୍ଷ୍ମୀଧର ମହନ୍ତ ପ୍ରାଣ ହରାଇଛନ୍ତି। ସୋମବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ପୁଲିସ୍ ଗାଡିଟି ସମ୍ପୂର୍ଣ୍ଣ ଚୂରମାର୍ ହୋଇଯାଇଛି।