ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ବଳଭଦ୍ର ମାଝୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେଡି ଉପରେ ବର୍ଷିଛନ୍ତି । ତେବେ ଇସ୍ତଫା ଦେବା ପରେ ସେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଇଚ୍ଛା କରିଥିଲି । କିନ୍ତୁ ଭେଟିବାକୁ ଦିଆଗଲାନି । ଜଣେ କର୍ମଚାରୀଙ୍କ ମାଧ୍ୟମରେ ଭେଟିବାକୁ କୁହାଗଲା । ଉଦ୍ୟମ କରି ବି ଭେଟିପାରିଲି ନାହିଁ । ତେଣୁ ଇସ୍ତଫା ଦେଲି । ଏହା ସହ ସେ କହିଛନ୍ତି ଦଳରେ କୋଟରୀ ରାଜ ଚାଲିଛି । ତେଣୁ ଦଳରୁ ଇସ୍ଥଫା ଦେଲି । ତାଙ୍କ ବକ୍ତବ୍ୟକୁ ନେଇ ରାଜନୀତି ଜୋରଧରିଛି । ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । ବିଜେଡି ସଭାପତିଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ବଳଭଦ୍ର ମାଝୀ ଲେଖିଛନ୍ତି, ୧୯୯୭ରେ ଦଳ ଗଠନ ହେବା ପରଠାରୁ ଆପଣଙ୍କ ସହିତ କାମ କରିବାର ସୁଯୋଗ ଦେଇଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ ।
Trending
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ