ପୁରୀରେ ମହାପ୍ରଭୁଙ୍କ ଦର୍ଶନ କଲେ ବାଗେଶ୍ୱର ବାବା
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ବାଗେଶ୍ୱର ଧାମର ବାବା ଧୀରେନ୍ଦ୍ର କ୍ରୀଷ୍ନା ଶାସ୍ତ୍ରୀ । କଡା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିରକୁ ଯିବା ପୂର୍ବରୁ ବ୍ୟାରିକେଡରେ ଅପେକ୍ଷା କରିଥିବା ଭକ୍ତଙ୍କୁ ଅଭିବାଦନ ଜଣାଇଥିଲେ ବାବା । ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ତାଙ୍କୁ ମହାପ୍ରଭୁଙ୍କ ଖଣ୍ଡୁଆ ଦେଇ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ମହାପ୍ରସାଦ ସେବନ କରିଥିଲେ। ହିନ୍ଦୁ ରାଷ୍ଟ୍ରକୁ ସଶକ୍ତ କରିବା ସହ ବିଶ୍ବର ମଙ୍ଗଳକାମନା ନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ମହାପ୍ରଭୁଙ୍କ ପ୍ରଚାରପ୍ରସାର ପାଇଁ ସେ ସବୁବେଳେ ଚେଷ୍ଟିତ ବୋଲି ନିଜ ପ୍ରତିକ୍ରିୟାରେ କହିଥିଲେ ।