ଖୁବ୍ ଶୀଘ୍ର ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା

ଏବେ ରାଜ୍ୟବାସୀ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ମାଗଣା ଚିକିତ୍ସା ସୁବିଧା ପାଉଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଆୟୁଷ୍ମାନ ଯୋଜନା ଆରମ୍ଭ ହେବ। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାର ମିଳିତ ଏମଓୟୁ ସ୍ବାକ୍ଷର ହେବ । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ରାଜ୍ୟର ସାଢେ଼ 3 କୋଟି ଲୋକଙ୍କୁ ସ୍ଵତନ୍ତ୍ର କାର୍ଡ ଦିଆଯିବ । କାର୍ଡଧାରୀ ଦେଶର 27 ହଜାର ହସ୍ପିଟାଲରେ ମାଗଣା ଚିକିତ୍ସା ସେବା ପାଇପାରିବେ ।

ଆୟୁଷ୍ମାନ ଭାରତ ଯୋଜନାରେ ଦେଶର ବରିଷ୍ଠ ନାଗରିକଙ୍କ ଚିକିତ୍ସା ସୁବିଧା ପାଇଁ ବଡ଼ ବ୍ୟବସ୍ଥା କରିଛନ୍ତି ମୋଦି ସରକାର। ୭୦ ବର୍ଷରୁ ଅଧିକ ବୟସ୍କ ସବୁ ବର୍ଗର ଲୋକଙ୍କୁ ମିଳିବ ଆୟୁଷ୍ମାନ ଭୟ ବନ୍ଦନା କାର୍ଡ। ୨୫ ନଭେମ୍ବର ସୁଦ୍ଧା ୧୪ ଲକ୍ଷ କାର୍ଡ ପ୍ରସ୍ତୁତ ହୋଇଛି। ଖୁବ୍ ଶୀଘ୍ର ଏହାର ବଣ୍ଟନ କରାଯିବ। 70 ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ବାର୍ଷିକ 5 ଲକ୍ଷର ଚିକିତ୍ସା ସହାୟତା। ଦୀପାବଳି ପୂର୍ବରୁ ବରିଷ୍ଠ ନାଗରିକଙ୍କ ପାଇଁ ଆୟୁଷ୍ମାନ ଭାରତର ଶୁଭାରମ୍ଭ କରି  ଦେଶବାସୀଙ୍କୁ ବଡ଼ ଭେଟି ଦେଇଥିଲେ ପିଏମ୍ ମୋଦି।