ଅପରାହ୍ନ 4ଟା ଯାଏଁ ମୁଲତବି ହୋଇଛି ଗୃହ
ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ଅପରାହ୍ନ 4ଟା ଯାଏଁ ମୁଲତବି ହୋଇଛି ଗୃହ । ବିଜୁ ବାବୁ ପ୍ରସଙ୍ଗରେ ବାଚସ୍ପତିଙ୍କ ପୋଡିୟମ ତଳେ ବିଜେଡ଼ି ବିଧାୟକ କରିଛନ୍ତି ଜୋରଦାର ହଟ୍ଟଗୋଳ । ଆଜି ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଙ୍ଗାମା ଯୋଗୁଁ ପ୍ରଥମେ ମଧ୍ୟାହ୍ନ 12 ଟା ଯାଏ ଗୃହ ମୁଲତବି କରିଥିଲେ ବାଚସ୍ପତି । ବିଜେଡି ବିଧାୟକ ଅଧୀରାଜ ପାଣିଗ୍ରାହୀ ଓ କଂଗ୍ରେସ ବିଧାୟକ ତାରା ବାହିନୀପତି ବାଚସ୍ପତିଙ୍କ ପୋଡିଅମ ଉପରେ ଚଢ଼ିବାକୁ ଉଦ୍ୟମ କରିଥିଲେ । ବିଜୁ ବାବୁଙ୍କ ପ୍ରତି ଅପମାନ ନାରା ଦେଇ ବିଜେଡି ବିଧାୟକ ପ୍ରବଳ ପ୍ରତିବାଦ କରିଥିବାବେଳେ ମହିଳା ଅତ୍ୟାଚାର ଓ ନାରୀ ନିର୍ଯାତନା ପ୍ରସଙ୍ଗରେ ହଟଗୋଳ କରିଥିଲେ କଂଗ୍ରେସ ବିଧାୟକ ।
ଗୃହ ବାହାରେ ଗାନ୍ଧି ମୂର୍ତ୍ତି ତଳେ ପୁଣି ଧାରଣା ଦେଇଛନ୍ତି କଂଗ୍ରେସ ବିଧାୟକ । ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେଡି ବିଧାୟକ । ବିଜୁ ବାବୁଙ୍କୁ ନେଇ ଗୃହରେ ବିଜେଡିର ହଟ୍ଟଗୋଳ ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ବିଜେଡ଼ି ପାର୍ଟି ଅଫିସରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନାହିଁ । ଏଥିରୁ ସ୍ପଷ୍ଟ ଯେ ସେମାନେ କେତେ ବିଜୁ ବାବୁଙ୍କୁ ସମ୍ମାନ ଦେଉଛନ୍ତି । ବିଜୁ ବାବୁଙ୍କୁ କେବଳ ଦଳରେ ସୀମିତ ରଖିବାକୁ ଚାହୁଁଛି ବିଜେଡ଼ି । ବିଜୁ ବାବୁଙ୍କୁ ନେଇ ବିଜେଡ଼ି ରାଜନୀତି କରୁଛି । କିନ୍ତୁ ଆମେ ଆଗ ଧାଡ଼ିରେ ରଖିଛୁ । ବିଜେଡ଼ିର ପାଦ ତଳୁ ମାଟି ଖସି ଗଲାଣି, ପରିଚୟ ସଙ୍କଟ ଦେଖାଦେଲାଣି । ସେଥିପାଇଁ ସେମାନେ ବିଜୁ ବାବୁଙ୍କୁ ନେଇ ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି । ବିଜୁ ବାବୁଙ୍କୁ ପେଟେଣ୍ଟ କରିବାକୁ ବିଜେଡ଼ି ଚାହୁଁଛି ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ଦେଶରେ ନୁହେଁ, ପୃଥିବୀରେ ବିଜୁ ବାବୁ ବହୁ ଶୀର୍ଷରେ ।ବିଜୁ ବାବୁ ଓଡ଼ିଶାର ଗର୍ବ ଓ ଗୌରବ, ବିଜୁ ଜନତା ଦଳର ନୁହେଁ ବୋଲି କହିଛନ୍ତି ମନ୍ତ୍ରୀ