କେନ୍ଦ୍ରାପଡା: କେନ୍ଦ୍ରାପଡ଼ାରେ ଦେଶର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଗ୍ରାମସଭା । ଆର୍ସେଲର ମିତ୍ତଲ ଏବଂ ନିପ୍ପନ ଷ୍ଟିଲ ପାଇଁ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ନିବେଶ ହେବ।ମହାକାଳପଡା ବ୍ଲକର ପ୍ରସ୍ତାବିତ ତିନୋଟି ପଞ୍ଚାୟତ ଅଞ୍ଚଳରେ ଆଜି ଠାରୁ ତିନିଦିନ ଧରି ଚାଲିବ ଜନଶୁଣାଣି କାର୍ଯ୍ୟକ୍ରମ । ପ୍ରଥମ ଦିନରେ ରାମନଗର ପଞ୍ଚାୟତର ଜନଶୁଣାଣି ଶିବିର ଲୁଣି ମାଠିଆ ଖେଳ ପଡିଆରେ ଅନୁଷ୍ଠିତ ହୋଇଛି । ଏହି ଜନଶୁଣାଣିରେ ରାମନମର ପଞ୍ଚାୟତର ରାମନଗର ଓ ବନବିହାରୀପୁର ମୌଜାର ସ୍ଥିତିବାନ ପଟ୍ଟା ଥିବା ବ୍ୟକ୍ତି ମାନେ ଶିବିରରେ ଭାଗନେଇଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ-ରାଜସ୍ବ, ଜିଲ୍ଲା ବନ ଅଧିକାରୀ , ସ୍ଥାନୀୟ ତହସିଲଦାର , ବିଡିଓ ଏବଂ ଆର୍ସେଲର ମିତ୍ତଲ ଓ ନିପ୍ପନ ଷ୍ଟିଲର ଉଚ୍ଚ ପଦାଧିକାରୀ ଯୋଗଦେଇଛନ୍ତି । ଏମାନଙ୍କ ସହିତ ମହାକାଳପଡା ବ୍ଲକ ଅଧ୍ୟକ୍ଷା, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ଯ ଶୁଣାଣି ଶିବିରରେ ଯୋଗ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିତିବାନ ପଟ୍ଟା ଥିବା ବ୍ୟକ୍ତି ମାନଙ୍କ ପାଇଁ ପାଞ୍ଚ ଗୋଟି ଷ୍ଟଲ କରାଯାଇଛି । ଯେଉଁ ଷ୍ଟଲରେ ସେମାନେ ନାମ ରେଜିଷ୍ଟ୍ରେସନ କରିଛନ୍ତି। ସୁବିଧାରେ ସେମାନେ ସେମାନଙ୍କ ଜମିର ଖାତା ନମ୍ବର ଓ ପ୍ଲଟ ଦେଇ ନାମ ରେଜିଷ୍ଟ୍ରେସନ କରିବା ସହିତ ନିଜ ନିଜର ମତ ରଖିଛନ୍ତି ।
Trending
- ବିହାର ରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ , ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ୬୦.୧୩ ପ୍ରତିଶତ ଭୋଟର ମତଦାନ ରେକର୍ଡ
- ବିରୋଧୀଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବିହାର ବିଧାନସଭା ନିର୍ବାଚନ , ଦିନ ୧୦ଟା ସୁଦ୍ଧା ୧୩.୧୩% ମତଦାନ
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି