ମହାକୁମ୍ଭମେଲା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆସିଲା ନିମନ୍ତ୍ରଣ
ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭରେ ଯୋଗ ଦେବା ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଧିବଦ୍ଧ ଭାବେ ନିମନ୍ତ୍ରଣ କରିଛନ୍ତି ଉତ୍ତର ପ୍ରଦେଶ ସରକାର । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଜଣମନ୍ତ୍ରୀ ଆସି ମୋହନ ଚରଣ ମାଝୀଙ୍କୁ ତାଙ୍କ ବାସଭବନକୁ ଯାଇ ନିମନ୍ତ୍ରଣ କରିଛନ୍ତି।ଆସନ୍ତା ବର୍ଷ ଜାନୁଆରି ୧୩ ତାରିଖରୁ ଫେବୃଆରି ୨୬ ତାରିଖ ଯାଏ ପ୍ରୟାଗରାଜରେ ମହାକୁମ୍ଭ ଅନୁଷ୍ଠିତ ହେଉଛି।