ଆଇନଜୀବୀଙ୍କ ସହାୟତା ରାଶି ରାଶିରେ ୪୦ ପ୍ରତିଶତ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ଆଇନଜୀବୀଙ୍କ ସହାୟତା ରାଶି ବୃଦ୍ଧି । ଆଇନଜୀବୀଙ୍କ ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ । ଅବସର ନେଇଥିବା କିମ୍ବା ଦେହାନ୍ତ ହେବା କ୍ଷେତ୍ରରେ ସହାୟତା ରାଶିରେ ୪୦ ପ୍ରତିଶତ ବୃଦ୍ଧି । ରାଜ୍ୟରେ କାର୍ଯ୍ୟରତ ଆଇନଜୀବୀ ମାନଙ୍କ ସହାୟତା ପାଇଁ ଥିବା ରାଜ୍ୟ କଲ୍ୟାଣ ପାଣ୍ଠିରୁ ଆଇନଜୀବୀ ମାନଙ୍କୁ ଅବସର କିମ୍ବା ଦେହାନ୍ତ କ୍ଷେତ୍ରରେ ତାଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଉଛି । ଏହାଦ୍ବାରା ରାଜ୍ୟର ବିଭିନ୍ନ କୋର୍ଟରେ କାର୍ଯ୍ୟରତ ହଜାର ହଜାର ଆଇନଜୀବୀ ମାନେ ଉପକୃତ ହୋଇପାରିବେ ।
ଶେଷଥର ପାଇଁ ଆଇନଜୀବୀ ମାନଙ୍କର ଏହି ସହାୟତା ରାଶି ୨୦୨୧ ମସିହାରେ ବୃଦ୍ଧି ପାଇଥିଲା । ଏହି ସହାୟତା ରାଶି ବୃଦ୍ଧିଦ୍ବାରା ୫ ବର୍ଷ ବା ଏଥିରୁ କମ୍ ସମୟ ପାଇଁ କାର୍ଯ୍ୟରତ ଆଇନଜୀବୀଙ୍କୁ କେବଳ ଦେହାନ୍ତ କ୍ଷେତ୍ରରେ ପରିବାରର ନିକଟତମ ଆତ୍ମୀୟଙ୍କୁ ଏକ ଲକ୍ଷ ୫ ହଜାର ଟଙ୍କା ସହାୟତା ଦିଆଯିବ । ଏହାପରେ ପ୍ରତ୍ୟେକ ଅଧିକ ବର୍ଷର ଅଭିଜ୍ଞତା ପାଇଁ ସହାୟତା ରାଶି ପରିମାଣ ବୃଦ୍ଧି ପାଇବ । ଅବସର ଓ ଦେହାନ୍ତ କ୍ଷେତ୍ରରେ ଏହି ସହାୟତା ମିଳିବ । ୩୦ ବର୍ଷ କାର୍ଯ୍ୟରତ ଥିଲେ, ଅବସର କ୍ଷେତ୍ରରେ ସମ୍ପୃକ୍ତ ଆଇନଜୀବୀଙ୍କୁ କିମ୍ବା ଦେହାନ୍ତ କ୍ଷେତ୍ରରେ ତାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୬ଲକ୍ଷ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ ।