ରାଜ୍ୟରେ ସବୁ ଡ୍ୟାନ୍ସ ବାର ରେ ଝୁଲିବା ତାଲା
ରାଜ୍ୟ ରେ ସବୁ ଡ୍ୟାନ୍ସ ବାର ରେ ପଡିବ ତାଲା ଆଉ ଚାଲିପାରିବ ନାହିଁ ଡ୍ୟାନ୍ସ ବାର । ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ପାଖରେ ଥିବା ମଦ ଦୋକାନଗୁଡ଼ିକୁ ବି ବନ୍ଦ କରାଯିବ । ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଜେପି ସରକାରଙ୍କ ଆଭିମୁଖ୍ୟ ପୂରା ସ୍ପଷ୍ଟ । ଯାହା କହୁଛୁ ସେଥିରେ ସ୍ପଷ୍ଟତା ଅଛି ଓ ତାକୁ କାର୍ଯ୍ୟରେ କରି ଦେଖାଇବୁ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ଖୁବଶୀଘ୍ର ଏକ ନୂଆ ଅବକାରୀ ନୀତି ଆଣିବାକୁ ଯାଉଛନ୍ତି, ଯେଉଁଥିରେ ରାଜ୍ୟରେ ସମସ୍ତ ଡ୍ୟାନ୍ସବାର ଚଳାଚଳକୁ ସବୁଦିନ ପାଇଁ ବନ୍ଦ କରିଦିଆଯିବ । ଏହା ଆମର ସଂସ୍କୃତି ନୁହେଁ । ସେହିପରି ପୂର୍ବ ସରକାର ସମୟରେ ବେଆଇନ ଭାବେ ଅନେକ ମଦଦୋକାନ ସ୍କୁଲକଲେଜ ଓ ମନ୍ଦିର ପାଖରେ ଖୋଲିଛି । ବିଜେପି ସରକାର ସେସବୁ ବନ୍ଦ କରିବେ ।ନିୟମ ଅନୁସାରେ ଧାର୍ଯ୍ୟ ଦୂରତ୍ୱ ରହିଲେ ହିଁ ସେସବୁ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ । ପୂର୍ବ ବିଜେଡି ସରକାର ସମୟରେ ହିଁ ରାଜ୍ୟରେ ବେଆଇନ ଓ ଚୋରା ମଦକାରବାର ବୃଦ୍ଧି ପାଇଛି । କିନ୍ତୁ ବିଜେପି ସରକାର ରାଜ୍ୟରେ ଏହି ଚୋରା ମଦକାରବାର ଉପରେ ସମ୍ପୂର୍ଣ୍ଣ ଲଗାମ ଦେବା ପାଇଁ ଚେଷ୍ଟା ଜରିରଖିଛି । ନୂଆ ଅବକାରୀ ନୀତିରେ ଏସବୁ ଉଲ୍ଲେଖ କରାଯିବ ।