ବର୍ଷା ଛାଡିବା ପରେ ପୁଣିଥରେ ରାଜ୍ୟକୁ ଲେଉଟିବ ଶୀତ
ଆହୁରି ଦିନଟିଏ ଉପକୂଳ ଠାରୁ ଆଭ୍ୟନ୍ତରୀଣ ସବୁଠି ଲାଗି ରହିବ ଝିପିଝିପି ବର୍ଷା, ଏହାର ପ୍ରଭାବ ବଙ୍ଗୋପସାଗରରେ ସୃଷ୍ଟ ଅବପାତର ପ୍ରଭାବରେ ଆସନ୍ତାକାଲି ଯାଏ ରାଜ୍ୟର ବିଭନ୍ନ ସ୍ଥାନରେ ବର୍ଷା ହେବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୬ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି। ସେହିପରି ଝାରସୁଗୁଡା, କନ୍ଧମାଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ କଟକ, ଖୋର୍ଦ୍ଧା, ଜଗତସିଂହପୁର, ଗଜପତି, ଗଞ୍ଜାମ ଇତ୍ୟାଦି ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।
ବର୍ଷା ଛାଡିବା ପରେ ପୁଣିଥରେ ରାଜ୍ୟକୁ ଲେଉଟିବ ଶୀତ। ରାତ୍ରୀକାଳୀନ ତାପମାତ୍ରାରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିବ। ବର୍ଷା ଛାଡିବାର ଆଗାମୀ ୪୮ ଘଣ୍ଟା ଯାଏଁ ରାଜ୍ୟର ବିଭନ୍ନ ସ୍ଥାନରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ।