କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଘରେ ୮ ଜଣ ଜିଆରପି କର୍ମଚାରୀଙ୍କୁ ରଖି କାମ କରାଉଥିଲେ ବରିଷ୍ଠ ଆଇପିଏସ ଅଧିକାରୀ ଦୟାଲ ଗାଙ୍ଗୱାର

ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ସରକାରୀ ନିର୍ଦ୍ଦେଶନାମା ଅନୁସାରେ, ବରିଷ୍ଠ ଆଇପିଏସ ଅଧିକାରୀ ଦୟାଲ ଗାଙ୍ଗୱାରଙ୍କୁ ତୁରନ୍ତ ନିଲମ୍ବିତ ବା ସସପେଣ୍ଡ କରାଯାଇଛି । ପୂର୍ବତନ ଏଡିଜିପି ରେଳବାଇ ଓ ମୁଖ୍ୟାଳୟ ତଥା ବର୍ତ୍ତମାନର ଗୃହ ବିଭାଗ ଓଏସଡି ଭାବେ କାର୍ଯ୍ୟରତ ଗାଙ୍ଗୱାର କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଘରେ ୮ ଜଣ ଜିଆରପି କର୍ମଚାରୀଙ୍କୁ ରଖି କାମ କରାଉଥିବା ନେଇ ଡିଜିପି ଏକ ଗୋପନୀୟ ରିପୋର୍ଟ ପ୍ରଦାନ କରିଥିଲେ । ଏହି ଗୁରୁତର ଅସଦାଚରଣ ଓ ସର୍ବଭାରତୀୟ ସେବା ନିୟମାବଳୀ ଉଲ୍ଲଂଘନ ଅଭିଯୋଗରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନିଲମ୍ବନ ଅବଧି ମଧ୍ୟରେ ତାଙ୍କର ମୁଖ୍ୟାଳୟ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ସ୍ଥିର କରାଯାଇଛି । ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡି ପାରିବେ ନାହିଁ ବୋଲି ରାଜ୍ୟପାଳଙ୍କ ଆଦେଶକ୍ରମେ ପ୍ରକାଶିତ ଚିଠିରେ ସ୍ପଷ୍ଟ କରାଯାଇଛି ।

ସେହିପରି ଗତକାଲି ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ନିଲମ୍ବିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶା ପ୍ରଶାସନିକ ସ୍ତରରେ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହ ବିଭାଗର ଓଏସଡି ଭାବେ କାର୍ଯ୍ୟରତ ୧୯୯୮ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ତୁରନ୍ତ ନିଲମ୍ବନ କରିଛନ୍ତି । ରାଜ୍ୟରେ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ଉପରେ ଚାଲିଥିବା ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ଏହାକୁ ବଡ଼ ପଦକ୍ଷେପ ବୋଲି କୁହାଯାଉଛି ।

Leave a comment