ଦୁଇ ଜଣଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି
ଦୁଇ ଜଣଙ୍କୁ ଧକ୍କା ଦେଇ ନାଳରେ ପସିଲା ପୋଲିସ ଗାଡ଼ି । ବିଜୁ ପଟ୍ଟନାୟକ ଛକରେ 2 ଜଣଙ୍କୁ ଧକ୍କା ଦେଲା ପୋଲିସ ଗାଡ଼ି । ଏହି ଦୁର୍ଘଟଣାରେ ଜଣେ ଜୋତା ମରାମତି ଦୋକନୀ ଓ ଜଣେ ସାଇକେଲ ଆରୋହୀ ଆହତ ହୋଇଛନ୍ତି । ପୋଲିସ ଗାଡ଼ିର ଡ଼୍ରାଇଭର ନିଶାସକ୍ତ ଅବସ୍ଥାରେ ଥିବା ସ୍ଥାନୀୟ ଲୋକେ ସୁଚନା ଦେଇଛନ୍ତି । ଗାଡ଼ି ଓ ଡ଼୍ରାଇଭରଙ୍କୁ ଉଦ୍ଧାର କରି ପୋଲିସ ନେଇଯାଇଥିବା ସୂଚନା ମିଳିଛି ।