ପ୍ରଧାନମନ୍ତ୍ରୀଙ୍କୁ ଭୁବନେଶ୍ବରରେ ଭବ୍ୟ ସ୍ବାଗତ

ପ୍ରଧାନମନ୍ତ୍ରୀଙ୍କୁ ଭୁବନେଶ୍ବରରେ ଭବ୍ୟ ସ୍ବାଗତ । ପ୍ରିୟ ନେତାଙ୍କୁ ଦେଖିବାକୁ ଜନସମୁଦ୍ର ପାଲଟିଥିଲା ବିମାନ ବନ୍ଦର ପାଖ ରାସ୍ତା। ରାଜଧାନୀର ରାଜରାସ୍ତାରେ ଦେଖିବାକୁ ମିଳିଲା ପାରମ୍ପରିକ ବାଦ୍ୟ ସାଙ୍ଗକୁ ଲୋକକଳା ଓ ଲୋକନୃତ୍ୟର ଝଲକ। ଅପେକ୍ଷା କରିଥିଲେ ହଜାର ହଜାର ସଂଖ୍ୟାରେ ଲୋକେ।

ଅପରାହ୍ନ 4.20ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ, ଅଶ୍ବିନୀ ବୈଷ୍ଣବ, ବିଜେପି ରାଜ୍ୟ ସଭାପତି, ବିଜେପି ସାଂସଦ ଓ ବିଧାୟକ। ବିମାନ ବନ୍ଦରରୁ ସିଧା ସଭାସ୍ଥଳକୁ ଗଲେ ପ୍ରଧାନମନ୍ତ୍ରୀ । ରାସ୍ତାରେ ଜନତାଙ୍କୁ ଅଭିବାଦନ ଜଣାଇଲେ ମୋଦି। ଜନସମୁଦ୍ର ପାଲଟିଥିଲା ବିମାନବନ୍ଦର ନିକଟରେ ଆୟୋଜିତ ସାଧାରଣ ସଭା। ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ଓ ବିଜେପି ନେତୃବୃନ୍ଦ। ପିଏମ୍ ମୋଦିଙ୍କୁ ସ୍ବାଗତ କଲେ ବିଜେପି ରାଜ୍ୟ ସଭାପତି ଓ ମୁଖ୍ୟମନ୍ତ୍ରୀ ।