ଅଦିନିଆ ବର୍ଷା ଉଜାଡି ଦେଲା ସୁନାର ଫସଲ
ଅଦିନିଆ ବର୍ଷା ପାଇଁ ଚାଷୀ ଚିନ୍ତାରେ । ପୁରୀ ଜିଲ୍ଲାର ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଖୋର୍ଧା ଜିଲ୍ଲାର ଚାଷୀମାନେ ଏ ଲଗାଣ ବର୍ଷାରେ କଣ କରିବେ ଭାବି ପାରୁନାହାଁନ୍ତି । ଲଘୁଚାପ ଜନିତ ବର୍ଷା ଯୋଗୁଁ ଧାନ ବିକିବା ପୂର୍ବରୁ ଖଳାରେ ଧାନ ଭିଜିବାରେ ଲାଗିଛି । ଜିଲ୍ଲାରେ ଚଳିତ ବର୍ଷ ୪୧ ହଜାର ହେକ୍ଟର ଚାଷ ଜମିରେ ଧାନ ଚାଷ ହୋଇଛି । ହେଲେ ଗତ ୧୭ ତାରିଖରୁ ରାୟଗଡ଼ା ଜିଲ୍ଲାରେ ମଣ୍ଡି ଖୋଲିଥିଲେ ମଧ୍ୟ ମିଲର ଧାନ ନେଉନାହାନ୍ତି।17ଟି ଜିଲ୍ଲାରେ ବର୍ଷା ହେଉଛି । ଚାଷୀମାନେ କହୁଛନ୍ତି ବର୍ଷା ଉଜାଡି ଦେଲା ସୁନାର ଫସଲ।
କେଉଁଠି ପାଚିଲା ଧାନ କଟା ହୋଇ ବିଲରେ ପଡିଛି ତ ଆଉ କେଉଁଠି ଖଳାରେ ଭିଜୁଛି । ବର୍ଷାରେ ବିଲରେ ପାଣି ଜମି ରହିଛି । ଦୁଇ ଦିନ ହେଲା ବର୍ଷା ଜାରି ରହିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି । ଚାଷୀଙ୍କ ଆଖିରେ ଲୁହ ଭରିଛି । ପନିପରିବା ଫସଲ ପାଇଁ ମଧ୍ୟ ବର୍ଷା ବିପଦ ସୃଷ୍ଟି କରିଛି ଅଦିନିଆ ବର୍ଷା । ରାଜଧାନୀ ମାର୍କେଟରେ ପରିବା ଦରରେ ନିଆଁ ଲାଗିଛି ।
କଳାହାଣ୍ଡିରୁ କୋରାପୁଟ, ଜଗତସିଂହପୁରରୁ ରାୟଗଡ଼ା ପର୍ଯ୍ୟନ୍ତ ସମାନ ଅବସ୍ଥା ଉପୁଜିଛି । ରାୟଗଡ଼ା ଜିଲ୍ଲାରେ ଅଦିନିଆ ବର୍ଷା ଚାଷୀଙ୍କ ନିଦ ହଜେଇ ଦେଇଛି । ଲଗାଣ ବର୍ଷା ଯୋଗୁଁ ଅମଳ ହୋଇ ଖଳାରେ ପଡ଼ିଥିବା ଧାନକୁ ନେଇ ଚିନ୍ତାରେ ଚାଷୀ ।