କେନ୍ଦ୍ର ବଜେଟରେ ଓଡିଶାକୁ ୧୦୫୯୯ କୋଟିର ରେକର୍ଡ ଟଙ୍କା ଅନୁଦାନ

ରେଳ ବଜେଟରେ ଓଡିଶାକୁ ପୁଣି ଅର୍ଥ ଅଜାଡି ଦେଲେ କେନ୍ଦ୍ର ସରକାର  ।  ମୋଦୀ ସରକାରଙ୍କ ତୃତୀୟ ପାଳିର ଦ୍ଵିତୀୟ ବଜେଟରେ ଓଡିଶାକୁ 10,599 କୋଟିର ରେକର୍ଡ ଟଙ୍କା ଅନୁଦାନ ।  ଗତ 10 ବର୍ଷରେ ଓଡିଶାରେ ତିଆରି ହୋଇଛି 2046 କିମିର ନୂଆ ରେଳ ଲାଇନ ।   ଯାହା ମାଲେସିଆ ଭଳି ଦେଶର ସମ୍ପୂର୍ଣ୍ଣ ରେଳ ଲାଇନ ଠାରୁ ମଧ୍ୟ ଅଧିକ ।  ଓଡିଶା ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫୋକସ ରହିଛି ।

ଯେଉଁଥି ପାଇଁ ଓଡିଶାରେ ଏବେ 78 ହଜାର କୋଟି ଟଙ୍କାର ରେଳବାଇ କ୍ଷେତ୍ରରେରେ ନୂଆ ନିବେଶ ହୋଇଛି ।  ବଡ଼ କଥା ହେଉଛି  ଗତ ଜୁଲାଇରୁ ଆଜି ପର୍ଯ୍ୟନ୍ତ 20 ହଜାର କୋଟି ଟଙ୍କାର ପ୍ରୋଜେକ୍ଟ ପ୍ରଧାନମନ୍ତ୍ରୀ ମୋଦୀ ଅନୁମୋଦନ କରିଛନ୍ତି ।  ଅମୃତ ଭାରତ ଯୋଜନାରେ 59 ଟି ନୂଆ ରେଳ ଷ୍ଟେସନ କାମ ଚାଲିଛି ।

ଚଳିତ ବର୍ଷ ବଜେଟ ରେ 1 ଲକ୍ଷ 54 ହଜାର କୋଟି ଟଙ୍କା କେବଳ ରେଳବାଇ କ୍ଷେତ୍ରରେ ସୁରକ୍ଷା ପାଇଁ ବ୍ୟୟ ବରାଦ ହୋଇଛି ।  234 ଟି ଷ୍ଟେସନରେ ୱାଇଫାଇ କାମ ସମାପ୍ତ ହୋଇଛି ।  2024 ରେ ଓଡିଶା କୁ 10 ହଜାର 586 କୋଟି ଟଙ୍କା ର ରେଳ ଅନୁଦାନ ମିଳିଥିଲା ।  2023 ରେ 10 ହଜାର 12 କୋଟି ଟଙ୍କା ବଜେଟ ରେ ଅନୁଦାନ ମିଳିଥିଲା ।  ଉପା ସରକାର ସମୟରେ 838 କୋଟି ଟଙ୍କା ମିଳୁଥିଲା ।  ରାଜ୍ୟ ରେ 100 ପ୍ରତିଶତ ବୈଦ୍ୟୁତିକରଣ କାମ ସମାପ୍ତ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ  ।