ବରଗଡ଼ରୁ ଅଯୋଧ୍ୟାକୁ ଗଡିଲା ବସ୍‌

ବରଗଡ଼ରୁ ଅଯୋଧ୍ୟାକୁ ଏଣିକି ସରକାରୀ ଯାତ୍ରୀବାହୀ ବସ୍‌ ସେବା ମିଳିବ। ଆଜି ଏହାର ଶୁଭାରମ୍ଭ ହୋଇଛି | ଆଜି ସକାଳ ୭ଟା ୩୦ମିନିଟ୍‌ରେ ଏହାର ଶୁଭାରମ୍ଭ କରାଯାଇଛି। ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଏହାର ଶୁଭାରମ୍ଭ କରିଛନ୍ତି।  ବରଗଡ଼ରୁ ଏହି ବସ୍‌ ବାହାରି ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ରାଉରକେଲା, ବୀରମିତ୍ରପୁର, ବାରାଣସୀ, ପ୍ରୟାଗରାଜ ଦେଇ ଅଯୋଧ୍ୟାରେ ପହଞ୍ଚିବ । ସେଠାରୁ ପୁଣି ଏହି ରୁଟ୍‌ ଗୁଡ଼ିକ ଦେଇ ବରଗଡ଼କୁ ବସ୍‌ ଆସିବ ବୋଲି ଜଣାପଡିଛି।