ପୁଲିସ ପାଖରେ ଆତ୍ମସମର୍ପଣ କଲେ ଛତିଶଗଡ଼ର ୮୬ ମାଓବାଦୀ

ପୁଣି ପୁଲିସ ପାଖରେ ଆତ୍ମସମର୍ପଣ କଲେ ମାଓବାଦୀ। ତେଲେଙ୍ଗାନାରେ ଆତ୍ମସମର୍ପଣ କଲେ ଛତିଶଗଡ଼ର ୮୬ ମାଓବାଦୀ। ଭଦ୍ରାଦ୍ରୀ କୋଥାଗୁଡେମ୍ ଜିଲ୍ଲାରେ ନକ୍ସଲଙ୍କ ଆତ୍ମସମର୍ପଣ। ତେବେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଭିତରୁ ୨୦ ଜଣ ମହିଳା ମାଓବାଦୀ ଅଛନ୍ତି। ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ଛତିଶଗଡ଼ର ବିଜାପୁର ଏବଂ ସୁକମା ଅଞ୍ଚଳର ସୂଚନା। ତେବେ ଜଙ୍ଗଲରେ ଏଭଲି ହିଂସ୍ର ଜୀବନ ଛାଡି ସେମାନେ ସେମାନଙ୍କ ପରିବାର ସହ ବାକି ତକ ଜୀବନ ବିତାଇବାକୁ ଆତ୍ମସମର୍ପଣ କରିଥିବା କହିଛନ୍ତି । ପୂର୍ବରୁ ବିଜାପୁର ଜେଲରେ ୫୦ ମାଓବାଦୀ ମଧ୍ୟ ଆତ୍ମସମର୍ପଣ କରି ସାରିଛନ୍ତି। ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବସ୍ତର ଗସ୍ତ ସମୟରେ ନକ୍ସଲ ବିରୋଧୀ ଅଭିଯାନକୁ ମିଳିଛି ଏହି ବଡ ସଫଳତା। ଏହି ଘଟଣା ପରେ ସୁରକ୍ଷା ବଳ ଓ ସରକାରଙ୍କ ରଣନୀତିକୁ ଶକ୍ତି ଯୋଗାଇବ ବୋଲି କୁହାଯାଉଛି। ସମସ୍ତ ନକ୍ସଲ ହତିଆର ସହ ଆତ୍ମସମର୍ପଣ କରିଛନ୍ତି। ଏହି ନକ୍ସଲମାନେ ଦୀର୍ଘ ଦିନରୁ ଛତିଶଗଡ ବିଜାପୁର, ସୁକମା ଓ ଦାନ୍ତେୱାଡାରେ ନକ୍ସଲ ଅପରେସନରେ ସକ୍ରିୟ ଥିଲେ। ତେବେ ତେଲେଙ୍ଗାନା ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ନକ୍ସଲ ବିରୋଧୀ ଅଭିଯାନ ’ଚେୟୁଥା’ ଅପରେସନ୍ ସମୟରେ ସୁରକ୍ଷା ବଳକୁ ଏଭଳି ସଫଳତା ମିଳିଛି। ଯାହା ମୋଦୀ ସରକାରଙ୍କ ନକ୍ସଲ ମୁକ୍ତ ଭାରତ ସ୍ବପ୍ନକୁ ସାକାର କରିବାକୁ ବାଟ କଢାଇଛି।

Leave a comment