ରାଜ୍ୟରେ ୧୦ ବର୍ଷରେ ଗଲାଣି ୮୫୭ ହାତୀଙ୍କ ଜୀବନ

୧୦ ବର୍ଷ ମଲେଣି ୮୫୭ ହାତୀ। ସେଥି ମଧ୍ୟରୁ ୩୦୫ ହାତୀ ରୋଗର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ବେଳେ ୧୪୯ ହାତୀ ବିଦ୍ୟୁତ ଆଘାତ ମୃତ୍ୟୁବରଣ କରିଛନ୍ତି। ପ୍ରାକୃତିକ କାରଣରୁ ୨୨୯ ହାତୀ ମୃତ୍ୟୁବରଣ କରିଛନ୍ତି। ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ।