ଶିବରାତ୍ରି ପାଇଁ ଲିଙ୍ଗରାଜ ମନ୍ଦିରରେ ମୁତୟନ ହେବ ୪୦ପ୍ଳାଟୁନ ଫୋର୍ସ
ଆସନ୍ତା ୨୬ ତାରିଖରେ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଉତ୍ସବ ପାଇଁ ରାତି ୧୦ଟାରେ ଉଠିବ ମହାଦୀପ । ସ୍ୱତନ୍ତ୍ର ପ୍ରଦକ୍ଷଣ ଭବନ ସମିଳନୀ କକ୍ଷରେ ଆୟୋଜିତ ସମନ୍ୱୟ କମିଟି ବୈଠକରେ ସର୍ବସମତି କ୍ରମେ ନିଷ୍ପତି ନିଆଯାଇଛି । ଚଟାଣରେ କାରପେଟ ବିଛା, ପୋଲିସ ପ୍ରଶାସନ ପକ୍ଷରୁ ୪୦ପ୍ଳାଟୁନ ଫୋର୍ସ ମୁତୟନ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ମନ୍ଦିର ସେବାୟତା ଏବଂ ଭିଆଇପିମାନଙ୍କ ନିମନ୍ତେ ପୃଥକ ଦ୍ୱାର ବ୍ୟବହାର କରାଯିବା । ୨୬ ତାରିଖ ଭୋର ୩ଟା ୩୦ରୁ ପୂର୍ବାହ୍ନ ୧୧ଟା ଏବଂ ସନ୍ଧ୍ୟା ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ ।
ଜୋତା ଷ୍ଟାଣ୍ଡ ,ଭକ୍ତ ଶ୍ରଦ୍ଧାଳୁ ମାନେ ଯେପରି ବିନା ଦ୍ଵିଧାରେ ଧାଡ଼ିରେ ଯାଇ ପ୍ରଭୁଙ୍କୁ ଦର୍ଶନ କରିବେ, ଅଗ୍ନିଶମ ସେବା, ଲାଇଭ ଟେଲିକାଷ୍ଟ, ଆସ୍ଥାୟୀ ସ୍ୱାସ୍ଥ୍ୟ ସେବା, ଜରୁରୀ ସ୍ୱାସ୍ଥ୍ୟ ସେବା ଆଦି ବିଭିନ୍ନ ଅତ୍ୟାବଶ୍ୟକ ସେବା ଉପରେ ଜିଲ୍ଲାପାଳ ଓ ମନ୍ତ୍ରୀ ଗୁରୁତ୍ୱାରାପ କରିଥିଲେ । ବୈଠକରେ ସର୍ବସମତି କ୍ରମେ ନିଷ୍ପତି ନିଆଯାଇଛି।