ଉତ୍ତର ପ୍ରଦେଶରୁ ଆସୁଛି ୩୦୦ ଟ୍ରକ୍ ଆଳୁ
ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ଛାଡ଼ିବା ଲାଗି ମନା କରିବା ପରେ ରାଜ୍ୟରେ ବର୍ତ୍ତମାନ ସାଧାରଣ ଖାଉଟିଙ୍କ ହାଣ୍ଡିଶାଳ ଉପରେ ମାଡ଼ ହୋଇଛି। ଆଳୁ ଯୋଗାଣରେ ବାଧା ସୃଷ୍ଟି ହେବାପରେ ଖାଉଟିଙ୍କୁ ଅନେକ ସ୍ଥାନରେ ଏବେ ଆଳୁ କେଜି ୫୦ରୁ ୬୦ ଟଙ୍କାରେ କିଣିବାକୁ ପଡୁଛି, ଯାହାକୁ ନେଇ ସରକାର ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। ତେବେ ଏଭଳି ସ୍ଥିତିରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, ଉତ୍ତର ପ୍ରଦେଶରୁ ୩୦୦ ଟ୍ରକ୍ ଆଳୁ ଆସୁଛି। ସୋମବାର ସୁଦ୍ଧା ଏହି ଆଳୁ ଓଡ଼ିଶାରେ ପହଞ୍ଚିବ। ଫଳରେ ରାଜ୍ୟରେ ଆଉ ଆଳୁ ସଙ୍କଟ ରହିବନି ବୋଲି ମନ୍ତ୍ରୀ ପାତ୍ର କହିଛନ୍ତି।