ଭୁବନେଶ୍ବର, ରାଉରକେଲାରେ ହକି ପ୍ରୋ ଲିଗ୍

ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ହକି ପ୍ରତିଯୋଗିତା ଭୁବନେଶ୍ବର ସହ ରାଉରକେଲାରେ ଖେଳାଯିବ। ଉଭୟ ଭେନ୍ୟୁରେ ପ୍ରୋ ଲିଗ୍‌ର ମୋଟ ୧୨ ମ୍ୟାଚ୍ ଆୟୋଜିତ ହେବ।

ଜାନୁଆରି, ୨୦୨୩ରେ ଖେଳାଯିବାକୁ ଥିବା ପୁରୁଷ ହକି ବିଶ୍ବକପ୍‌ ପାଇଁ ପ୍ରସ୍ତୁତି ପର୍ବ ସ୍ବରୂପ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ବିଶ୍ବକପ୍ ମଧ୍ୟ ଉଭୟ ଭୁବନେଶ୍ବର ଏବଂ ରାଉରକେଲାରେ ଖେଳାଯିବ।
ରାଉରକେଲାରେ ବିଶ୍ବକପ୍‌ ଲାଗି ଏକ ନୂଆ ବିଶ୍ବସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ କରାଯାଇଛି। ଏଣୁ କଳିଙ୍ଗ ଷ୍ଟାଡିୟମ ସହ ସେଠାରେ ପ୍ରୋ ଲିଗ୍ ଆୟୋଜନ କରି ଏଫ୍‌ଆଇଏଚ୍ ଉଭୟ ସ୍ଥାନର ଟର୍ଫ ଏବଂ ସୁବିଧା ସୁଯୋଗକୁ ବିଶ୍ବକପ୍ ପୂର୍ବରୁ ପରଖିବାକୁ ଯୋଜନା କରିଛି।

କଳିଙ୍ଗ ଷ୍ଟାଡିୟମ୍‌ରେ ବିଶ୍ବକପ୍‌ ଲାଗି ନୂଆ ଟର୍ଫ ବିଛା ଯାଇଥିଲା ବେଳେ ରାଉରକେଲା ଷ୍ଟାଡିୟମ୍‌ରେ ମଧ୍ୟ ନୂତନ ଭାବେ ଟର୍ଫ ବିଛା ହୋଇଛି।