ଲିଙ୍ଗରାଜ ମନ୍ଦିରରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟାରେ ୨ ମହିଳା ଆହତ

ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ଶୈବପୀଠ। ଓମ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ହେଉଛି ରାଜ୍ୟର ବିଭିନ୍ନ ଶିବାଳୟ। ସବୁଠି ଶୁଭୁଛି ଶିବ ପଞ୍ଚାକ୍ଷରୀ। ପବିତ୍ର ମହା ଶିବରାତ୍ରି ପାଇଁ ଉତ୍ସବ ମୁଖର ଲିଙ୍ଗରାଜ ମନ୍ଦିର। ଶ୍ରୀଲିଙ୍ଗରାଜଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିରହିଛି। ପ୍ରବଳ ଭିଡ଼ ଯୋଗୁ ମୁଖ୍ୟ ପ୍ରବେଶ ଦ୍ବାର ସିଂହଦ୍ବାର ନିକଟରେ ଦଳାଚକଟା ପରିସ୍ଥିତି ଉପୁଜୁଛି। ଫଳରେ ୨ ଜଣ ମହିଳା ଭକ୍ତ ଆହତ ହୋଇଥିବା ଜଣାପଡିଛି।