ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ୨ ଲକ୍ଷ ମହିଳାଙ୍କୁ ଆଉ ପୁନର୍ବାର ଆବେଦନ କରିବାକୁ ପଡ଼ିବ ନାହିଁ
ରାଜ୍ୟରେ ସୁଭଦ୍ରା ସମୀକ୍ଷା ଜାରି ରହିଛି । ଆଜିକୁ ୧୨ ଦିନ ହେବ ରାଜ୍ୟର ବିଭିନ୍ନ ଜ଼ିଲ୍ଲାରେ ସମୀକ୍ଷା ହେଉଛି। ଗତକାଲି ସୁଦ୍ଧା ୭ ହଜାର ସୁଭଦ୍ରା ହିତାଧିକାରୀଙ୍କ ମତାମତ ସଂଗ୍ରହ ହୋଇସାରିଛି।
ମହିଳା ଓ ଶିଶୁଙ୍କ ବିକାଶ ପାଇଁ ଲୋକସେବା ଭବନରୁ ହେଉଥିବା ଯୋଜନା ଅଙ୍ଗନବାଡ଼ି ସ୍ତରରେ ପହଞ୍ଚୁଛି କି ନାହିଁ ମନିଟରିଂ ଅଧିକାରୀ କରିବେ ।ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ୨ ଲକ୍ଷ ମହିଳାଙ୍କୁ ଆଉ ପୁନର୍ବାର ଆବେଦନ କରିବାକୁ ପଡ଼ିବ ନାହିଁ ।ତଥ୍ୟ ପୁଣି ଯାଞ୍ଚ କରି ଯେଉଁମାନେ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ସୁଭଦ୍ରା ଟଙ୍କା ସରକାର ଦେବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।