୨୨ଟି ଭାଷା ପାଇଁ ‘ସାହିତ୍ୟ ଅନୁବାଦ ପୁରସ୍କାର’ ଘୋଷଣା କଲା କେନ୍ଦ୍ର

ମେଟ୍ରୋ ଟିଭି ଓଡିଶା (୨୫.୬.୨୦୨୨)

କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୧ ବର୍ଷ ପାଇଁ ‘ସାହିତ୍ୟ ଅନୁବାଦ ପୁରସ୍କାର’ ଘୋଷଣା କରାଯାଇଛି । ମୋଟ ୨୨ଟି ଭାଷା ପାଇଁ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ଓଡ଼ିଶାରୁ ଦୁଇଜଣ ଏଥିରେ ସ୍ଥାନ ପାଇଛନ୍ତି ।

ବେନିୟାମିନଙ୍କ ରଚିତ ମାଲାୟଲମ୍ ଉପନ୍ୟାସ ‘ଗୋଟ୍ ଡେଜ’ର ଓଡ଼ିଆ ଅନୁବାଦ ‘ଛେଳି ଚଳେଇବାର ଦିନ’ ପାଇଁ କଥାକାର ଗୌରହରି ଦାସ ଏବଂ ସଂସ୍କୃତ ଭାଷାରେ ଜୟଦେବଙ୍କ ରଚିତ କାଳଜୟୀ କାବ୍ୟ ଗୀତଗୋବିନ୍ଦକୁ ସାନ୍ତାଳି ଭାଷାରେ ଅନୁବାଦ କରିଥିବା ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ସାହିତ୍ୟ ଅନୁବାଦ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।ତେବେ ପୁରସ୍କାର ବାବଦର ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଓ ତାମ୍ର ଫଳକ ପ୍ରଦାନ କରାଯିବ । ନୂଆଦିଲ୍ଲୀର ରବୀନ୍ଦ୍ର ଭବନଠାରେ ଅନୁଷ୍ଠିତ ସାହିତ୍ୟ ଏକାଡେମୀର ବୈଠକରେ ଏନେଇ ଘୋଷଣା କରାଯାଇଛି ।