୧୬ରୁ ଗ୍ରୀଷ୍ମ ଲହରୀ

ମେଟ୍ରୋ ଟିଭି ଓଡିଶା (୧୪ .୩ . ୨୦୨୨) :

ମାର୍ଚ୍ଚ ମାସ ଅଧା ନ ହେଉଣୁ ଡହଡହ ଖରାରେ ତାତିଲାଣି ସାରା ରାଜ୍ୟ। ଟିଟିଲାଗଡ଼ରେ ୩୮ ଡିଗ୍ରୀ ଛୁଇଁଲାଣି ପାରଦ। ୨୨ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି। ଆସନ୍ତା ୧୬ ତାରିଖରୁ ଖରା ଆହୁରି ବଢ଼ିବ। ଏପରିକି ରାଜ୍ୟର ବହୁ ସ୍ଥାନରେ ଗ୍ରୀଷ୍ମ ଲହରୀ ପ୍ରବାହିତ ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି।


୧୬ରେ ବଲାଙ୍ଗୀର, ସୁବର୍ଣ୍ଣପୁର ଓ ବୌଦ୍ଧରେ ଏବଂ ୧୭ରେ ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୋଳ, ନୟାଗଡ଼ ଓ ଖୋର୍ଦ୍ଧାରେ ଗ୍ରୀଷ୍ମ ଲହରୀ ପ୍ରବାହିତ ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅଧିକାଂଶ ସ୍ଥାନରେ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଆଜି ବଲାଙ୍ଗୀରରେ ତାପମାତ୍ରା ୩୭.୮ ଡିଗ୍ରୀ, ଝାରସୁଗୁଡ଼ାରେ ୩୭.୩, ଅନୁଗୋଳରେ ୩୭.୧ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି। ଏହାସହିତ ୧୨ଟି
ସ୍ଥାନରେ ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛି। ଅନ୍ୟପକ୍ଷରେ ରାଜ୍ୟର ୧୮ଟି ସ୍ଥାନରେ ବନାଗ୍ନି ଦେଖିବାକୁ ମିଳିଛି। ଭାରତୀୟ ଜଙ୍ଗଲ ସର୍ବେକ୍ଷଣରୁ ଏହି ତଥ୍ୟ ମିଳିଥିବାବେଳେ ଗ୍ରୀଷ୍ମ ଲହରୀ ଏହାକୁ ଅଧିକ ବଢ଼ାଇବ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ରବିବାର ତଥ୍ୟ ଅନୁଯାୟୀ ଦେଶରେ ସାରା ଦେଶରେ ୩୦୫ଟି ବନାଗ୍ନି ଘଟଣା ଦେଖିବାକୁ ମିଳିଛି। ତେଲେଙ୍ଗାନାରେ ସର୍ବାଧିକ ୮୭ ଓ ଆନ୍ଧ୍ରରେ ୮୫ଟି ବନାଗ୍ନି ଦେଖିବାକୁ ମିଳିଛି।