ମେଟ୍ରୋଟିଭିଓଡିଶା(୬.୪.୨୦୨୨)
ସାଉଥ ସୁପର ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍କ ଯେବେଠାରୁ ରିଲିଜ୍ ହୋଇଛି, ଏହାର ଗୀତ ଓ ଡାଏଲଗ୍ ଉପରେ ରିଲ୍ସ ତିଆରି ଚାଲିଛି । ଏହି ଗୀତର ହୁକ୍ସ ଷ୍ଟେପ୍ସ ଉପରେ ଲୋକମାନେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ସମସ୍ତେ ପ୍ରାୟ ଏହି ଫିଲ୍ମର ଗୀତ ଓ ଡାଏଲଗ ଉପରେ ରିଲ୍ସ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି ।

ପୁଷ୍ପା ଫିଲ୍ମର ଡାଏଲଗ ‘ମେ ଝୁକେଗା ନେହିଁ ସାଲା’ ର ନିଶା ଏବେ ସମସ୍ତଙ୍କୁ ଚଢ଼ିବାରେ ଲାଗିଛି । ଏବେ ରିଲରୁ ରିଆଲିଟି ପର୍ଯ୍ୟନ୍ତ ପହଞ୍ଚିଥିବା ଏହି ଫିଲ୍ମର ପ୍ରଭାବ ୧୦ମ ପରୀକ୍ଷାର ଉତ୍ତରପତ୍ରରେ ଦେଖିବାକୁ ମିଳିଛି ।