ସ୍ୱଚ୍ଛତାର ସହ ହୋଇଛି ASO ପରୀକ୍ଷା

କଟକ: ସ୍ୱଚ୍ଛତାର ସହ ହୋଇଛି ASO ପରୀକ୍ଷା । ଛାତ୍ରଛାତ୍ରୀମାନେ ଯେଉଁସବୁ ଅନିୟମିତତା ଅଭିଯୋଗ ଆଣିଛନ୍ତି ତାହା ଭିତ୍ତିହୀନ । ଓପିଏସସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ଏନେଇ ସ୍ପଷ୍ଟୀକରଣ ରଖି କହିଛନ୍ତି ସ୍ବଚ୍ଛତାର ସହ ହୋଇଛି ପରୀକ୍ଷା । ମୋଟ୍ ୭୯୬ ପୋଷ୍ଟ ପାଇଁ ଦୁଇସ୍ତରୀୟ ପରୀକ୍ଷା ହୋଇଥିଲା । ପ୍ରଥମ ଷ୍ଟେଜରେ ୪ଟି ପେପରରେ ୪ ଶହ ମାର୍କର ପରୀକ୍ଷା ହୋଇଥିଲା । ଏଥିରେ ଯୋଗ୍ୟ ବିବେଚିତ ପିଲାଙ୍କର ଦକ୍ଷତା ପରୀକ୍ଷା ହୋଇଥିଲା । ପ୍ରଥମ ଷ୍ଟେଜରୁ ଦେଢ଼ ଗୁଣା ପିଲାଙ୍କୁ ଚୟନ କରାଯାଇଥିଲା । ଏଥର ଦେଢ଼ ଲକ୍ଷ ପିଲା ପରୀକ୍ଷା ଦେଇଥିଲେ । ୮ଶହ ପୋଷ୍ଟ ଥିବାରୁ ୧୨ଶହ ପିଲାଙ୍କୁ ହିଁ ଚୟନ କରାଯାଇଥିଲା । ସବୁ ଜିଲ୍ଲାର ଜିଲ୍ଲାପାଳମାନେ ପରୀକ୍ଷା ଦାୟିତ୍ୱ ନେଇଥିଲେ । ଏବେ ପିଲାମାନେ ଓଏମଆର କପି ନେଇପାରୁଛନ୍ତି । ତେଣୁ ଯେଉଁମାନେ ଅଭିଯୋଗ କରୁଛନ୍ତି ତାହାର କିଛି ଆଧାର ନଥିବା ସେ କହିଛନ୍ତି ।