ସ୍ବାଭାବିକ ହେଉଛି ସ୍ଥିତି

ଗତକାଲି ଡ୍ରାଇଭର ମହାସଂଘ ଓ ମୁଖ୍ୟ ଶାସନ ସଚିବଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ଏବଂ ଏହାର ସକାରାତ୍ମକ ଫଳାଫଳ ଆସିଥିବାରୁ ବସ୍ ଚଳାଚଳ ବନ୍ଦ କରିବ ନାହିଁ ବୋଲି ସଂଘ ନିଷ୍ପତ୍ତି ନେଇଛି।
ପୂର୍ବରୁ ପ୍ରସ୍ତାବିତ ଆନ୍ଦୋଳନକୁ ଓହ୍ଲାଇବ ନାହିଁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଆଜିଠାରୁ ବସ୍ ଚଳାଚଳ ସ୍ବାଭାବିକ ହେବ। ଏନେଇ ସୂଚନା ଦେଇଛନ୍ତି ଘରୋଇ ବସ୍ ମାଲିକ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ। ସେ କହିଛନ୍ତି, ଆଜି ସକାଳୁ ବସ୍ ଚଳାଚଳ ଆରମ୍ଭ ହୋଇଛି।ରାସ୍ତା କ୍ଲିଅର୍ ହେଉଛି, ସ୍ଥିତି ସ୍ବାଭାବିକ ହେଉଛି। ତେବେ ଆଜି ଦିନ ୧ଟା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ ସଂଘ।