ସୀମାନ୍ତ ଜିଲ୍ଲାରେ ହାଇ ଆଲର୍ଟ ଜାରି

ଭୁବନେଶ୍ବର: ଛତିଶଗଡ଼ରେ ମାଓ ଆକ୍ରମଣ ପରେ ଓଡ଼ିଶାରେ ସବୁ ସୀମାନ୍ତ ଜିଲ୍ଲାରେ ଏବେ ହାଇ ଆଲର୍ଟ । ଏନେଇ ଅତିରିକ୍ତ ଡିଜି, ଅପରେସନ ଅମିତାଭ ଠାକୁର ସୂଚନା ଦେଇଛନ୍ତି। ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଜିଲ୍ଲାରେ ପୂର୍ବରୁ ହାଇ ଆଲର୍ଟ କରାଯାଇଥିବା ବେଳେ ଏବେ ବରଗଡ଼ ଓ କଳାହାଣ୍ଡିରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି।  ସୀମାନ୍ତ ଜିଲ୍ଲାର ଏସପିମାନଙ୍କ ସହ ଭିଡିଓ କନ୍ଫେରେନ୍ସିଂ ଜରିଆରେ ସ୍ଥିତିର ଅନୁଧ୍ୟାନ କରାଯାଉଛି।