ମେଟ୍ରୋ ଟିଭି ଓଡିଶା,୭/୧:ଗତକାଲି ରାତିରେ ଶୀତର ତାପମାତ୍ରା କମ୍ ରହିଥିବା ବେଳେ ଆସନ୍ତା ୩ଦିନରେ ରାତିର ତାପମାତ୍ରା ପ୍ରାୟ ୪ଡିଗ୍ରୀ ବଢିବ ସହ ରାଜ୍ୟରେ ଶୀତର ତାପମାତ୍ରା କମିବ । ଏହା ସହ ରାଜ୍ୟରେ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ପ୍ରଭାବରେ ଆଫଗାନିସ୍ତାନ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଯୋଗୁ ଓଡିଶାରେ ବର୍ଷାର ସମ୍ଭାବନା ରହିଛି ।୧୦ତାରିଖରୁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏହାର ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।। ଆଭ୍ୟନ୍ତରୀଣ ଓଡ଼ିଶାରେ ସମୁଦାୟ ବର୍ଷା ୨୫ରୁ ୩୦ ମିମି ରହିପାରେ। ଉପକୂଳରେ ବର୍ଷା କମ୍ ରହିବ। ୧୧ରୁ ୧୪ ତାରିଖ ଯାଏ ଆକାଶ ମେଘୁଆ ରହିବ। ତାପମାତ୍ରା କମିବ, ଦିନର ପାଗ କୋହଲା ରହିବ। ଆର୍ଦ୍ରତା ବଢ଼ିବ।
ସୂଚନା ଅନୁସାରେ , ଶୀତ କମିବା ସହ ବିଭିନ୍ନ ସ୍ଥାନରେ କୁହୁଡି ହୋଇପାରେ । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାଦ୍ୱାରା ଫସଲରେ ରୋଗପୋକ ସମସ୍ୟା ବଢ଼ିବ। ବିଶେଷ କରି ପନିପରିବା, ମୁଗ, ବିରି, ସୋରିଷ, ଶିମ୍ବ ଓ ଚିନାବାଦାମ ଆଦିରେ ରୋଗପୋକ ଲାଗି ଫସଲ ନଷ୍ଟ ହେବାର ଆଶଙ୍କା ରହିଛି।