ମେଟ୍ରୋ ଟିଭି ଓଡିଶା,୮/୨ : ଆଜିକାଲି ସମାଜରେ ବାପାମାଆଙ୍କୁ ନିଜର ସନ୍ତାନ ମାନେ ଅଣଦେଖା କରୁଥିବା ଦେଖିବାକୁ ମିଳିଛି । ଯିଏ ଅନ୍ତ ଫାଡି ଜନ୍ମ ଦେଇଛି,ତାକୁ ଅଲୋଡା ଭାବୁଛନ୍ତି କିଛି ସନ୍ତାନ ମାନେ । ଖାଇବା ପିଇବାରେ ଅବହେଳା ସାଙ୍ଗକୁ ଘରୁ ମଧ୍ୟ ବାହାର କରିଦେଉଛନ୍ତି । ହେଲେ ଆଜି ବି ଅନେକ ଲୋକଙ୍କ ପାଖରେ ରହିଛି ମଣିଷ ପଣିଆ । ପଶୁ ,ପକ୍ଷୀ ଏବଂ ମଣିଷଙ୍କୁ ଆଦର କରିବା ଠାରୁ ଆରମ୍ଭ କରି ସେମାନଙ୍କ ସାହାରା ପାଲଟିଯାଇଥାନ୍ତି କିଛି ଏ ସମାଜରେ ଥିବା କିଛି ଲୋକେ । ପଶୁ ପକ୍ଷୀଙ୍କୁ ନିଜର ସନ୍ତାନ ଭଳି ଭଲପାଇବା ଦେଇ ଘରେ ପାଳିବା ସହିତ ବାହାରେ ବି ସେମାନଙ୍କ ପାଇଁ ବାହାରେ ମଧ୍ୟ ଖାଇବାର ବ୍ୟବସ୍ଥା କରିଥାନ୍ତି । ପକ୍ଷୀ ମାନେ ମଣୀଷଙ୍କ ପାଖରୁ ଭଲପାଇବା ଓ ଖାଇବା ପାଇ ଏକ ନିଦ୍ଧିଷ୍ଟ ଜାଗାକୁ ନିଜର ଖାଦ୍ୟସ୍ଥଳୀ ବୋଲି ଭାବିନେଇଥାନ୍ତି । ଯେଉଁଥିପାଇଁ ରାତି ପାହିଲେ ଏବଂ ସଞ୍ଜ ନଇଁ ଆସିଲେ ଖାଇବା ପାଇଁ ସେହି ଜାଗାକୁ ଚାଲିଆସିଥାନ୍ତି ।
linked-https://fb.watch/b22fra5TEF/

ଠିକ ସେହି ପରି ଭୁବନେଶ୍ୱର କ୍ଲବ ସାମ୍ନାରେ ଦେଖିବାକୁ ମିଳେ ପାରା ମାନଙ୍କର ଗହଳି । ଥରେ ଦେଖନ୍ତୁ ଏହି ପାରା ମାନଙ୍କ କୋଳାହଳ, ନିଜ ଖାଦ୍ୟ ସଂଗ୍ରହରେ ଲାଗିପଡିଛନ୍ତି । ସେମାନଙ୍କର କୁନି ଥଣ୍ଟରେ ଆହରକୁ ନେଇ ଉଡି ଉଡି ଚାଲି ଯାଆନ୍ତି ନିଜ ଗନ୍ତବ୍ୟ ସ୍ଥଳକୁ । ପାରା ମାନଙ୍କ ଗହଳିକୁ ଦେଖି ବାଟୋଇ ମାନେ ମଧ୍ୟ ବିଭିନ୍ନ ପ୍ରକାରର ଶୁଖିଲା ଖାଦ୍ୟ ପକାଇ ଦେଉଛନ୍ତି ।ଯାହାକୁ ଦେଖିବାକୁ ଯେତିକି ଆନନ୍ଦ ଲାଗୁଛି, ସେତିକି ପକ୍ଷୀମାନଙ୍କ ପ୍ରତି ଭଲପାଇବା ବଢୁଛି । କିଛି ପକ୍ଷୀ ପ୍ରେମୀ ନିଜର ମୂଲ୍ୟବାନ ସମୟ ବାହାର କରି ପାରା ମାନଙ୍କ ପାଖକୁ ଖାଦ୍ୟ ପକାଇ ଖୁସିବ୍ୟକ୍ତ କରୁଛନ୍ତି ।

କାରଣ କିଛି ଶିକାରୀ ମାନେ ପଶୁ ,ପକ୍ଷୀମନାଙ୍କୁ ନିଜର ଶିକାର ବନେଇ ମାଲେ ମାଲେ ହେବାକୁ ଚାହୁଁନ୍ତି । ପକ୍ଷୀ ମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣା ଯାଉଛି । ଯେପରି ପକ୍ଷୀମାନଙ୍କର ଲୋପ ପାଇ ନଯିବ ।
ରିପୋର୍ଟ – ଚିନ୍ମୟୀ ସ୍ୱାଇଁ