ମେଟ୍ରୋ ଟିଭି ଓଡିଶା (୨୭.୬.୨୦୨୨)
ରାଜ୍ୟରେ କରୋନା ସଂକ୍ରମଣ ପୁଣିଥରେ ବଢ଼ିବାରେ ଲାଗିଛି । ଆଉ ୩ ଦିନ ପରେ ରଥଯାତ୍ରା ଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି । ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ଏବେ କିଛି ମାତ୍ରାରେ ସଂକ୍ରମଣ ବଢ଼ିଛି । ଟେଷ୍ଟିଂ ବଢ଼ିବ, ପୁରୀରେ ହେଲଥ କ୍ୟାମ୍ପ ହେବ । ପୁରୀ ଷ୍ଟେସନ, ବସଷ୍ଟାଣ୍ଡ, ବଡ଼ଦାଣ୍ଡରେ ହେଲଥ କ୍ୟାମ୍ପ ଖୋଲିବ । ତେଣୁ ଲକ୍ଷଣ ଥିଲେ ହେଲଥ କ୍ୟାମ୍ପ ଯାଇ ଚିକିତ୍ସା କରାନ୍ତୁ । ରଥଯାତ୍ରା ପାଇଁ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ସମୀକ୍ଷା କରିବେ । ଲକ୍ଷଣ ଥିଲେ ପୁରୀ ଯାଆନ୍ତୁ ନାହିଁ । ଘରେ ବସି ଟିଭିରେ ରଥଯାତ୍ରା ଦେଖନ୍ତୁ । ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ ।’