ଯେଉଁମାନେ ବି ଇ-କେୱାଇସି କରିନାହାନ୍ତି ସେମାନଙ୍କୁ ପୁଣି ଏକ ସୁଯୋଗ ଦେଇଛନ୍ତି, ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢିଲା ସମୟ ସୀମା

ରାଜ୍ୟରେ ରାସନ କାର୍ଡ ଇ-କେୱାଇସି ଅପଡେଟ୍  ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢ଼ିଛି ବୋଲି  ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ କରିଛନ୍ତି। ପଞ୍ଚମ ଥର ପାଇଁ ସମ୍ପ୍ରସାରଣ କରିଛନ୍ତି ରାଜ୍ୟ ସରକାର। ଆଜି ଇ-କେୱାଇସି ଅପଡେଟର ଅବଧି ସରିବାର ଥିଲା । କିନ୍ତୁ ଏହି ଅବଧିକୁ ପୁଣି ମାର୍ଚ୍ଚ ୩୧ ତାରିଖ ଯାଏଁ ବଢାଇ ଦେଇଛନ୍ତି ସରକାର ।