ଭୁବନେଶ୍ବର: କିଏ ହେବେ ନୂଆ ମନ୍ତ୍ରୀ? ଦୀପାଳି ଦାସ ମନ୍ତ୍ରୀ ହେବେ କି? ନା ଆଉ କେଉଁ ନୂଆ ମୁହଁ ଦେଖିବାକୁ ମିଳିବ । ଏସବୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ସ୍ଥିର କରିବେ । ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ମାଷ୍ଟର ଷ୍ଟ୍ରୋକ୍ ଖେଳିଛନ୍ତି ନବୀନ । ଆଗାମୀ ସାଧାରଣ ନିର୍ବାଚନକୁ ନଜରରେ ରଖି ନବୀନ ଏପରି ନିଷ୍ପତ୍ତି ନେଇଥିବା ରାଜନୈତିକ ସମୀକ୍ଷକମାନେ କହୁଛନ୍ତି । ଅବଶ୍ୟ ଦୁଇ ମନ୍ତ୍ରୀଙ୍କ ନାମରେ ଅସନ୍ତୋଷ ଥିଲା । ସମୀର ରଂଜନ ଦାଶଙ୍କ ନାମରେ ନିଜ କର୍ମୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଅଭିଯୋଗ ଥିଲା । ସେହିପରି ଶ୍ରୀକାନ୍ତ ସାହୁଙ୍କ ନାମରେ ମହିଳାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଥିଲା । ବିରୋଧୀମାନେ ଏହି ଦୁଇମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ଭିନ୍ନ ଭିନ୍ନ ସମୟରେ ରାସ୍ତାକୁ ଓହ୍ଲାଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରଠୁ ରାଜ୍ୟ ମନ୍ତ୍ରୀମଣ୍ଡଳରେ ଗୋଟିଏ ପଦବୀ ଖାଲି ପଡ଼ିଛି । ତାଙ୍କ ଝିଅ ଦୀପାଳି ମନ୍ତ୍ରୀ ହେବା ନେଇ ଚର୍ଚା ହେଉଛି । ଏବେ ତିନି ଜଣ ମନ୍ତ୍ରୀ କିଏ ହେବେ ତାକୁ ନେଇ ବିଜେଡି ଦଳରେ ମଧ୍ୟ ମନ୍ଥନ ଆରମ୍ଭ ହେଲାଣି ।
ସମସ୍ତଙ୍କୁ କୃତଜ୍ଞତା ଓ ହୃଦୟରୁ ଧନ୍ୟବାଦ ଜ୍ଞାପନ କରୁଛି 🙏@Naveen_Odisha @bjd_odisha @pranabpdas pic.twitter.com/UlekEOXcYs
— Deepali Das (@deepalidas95) May 13, 2023