ବେଙ୍ଗାଲୁରୁ କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ , ଉଦ୍ଧାର କାର୍ଯ୍ୟ ଜାରି

ବେଙ୍ଗାଲୁରୁ କାମାକ୍ଷା ଏକ୍ସପ୍ରେସ ଲାଇନଚ୍ୟୁତ । ଟ୍ରାକରୁ ଖସିଲା ଏଗାର ବଗି । ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ରହିଛି  ।  ହେଲେ କୌଣସି ଜନଜୀବନ ହାନି ସୂଚନା ନଥିବାବେଳେ ଆହତଙ୍କ ସଂଖ୍ୟା ବଢୁଥିବା ସୂଚନା ରହିଛି । ଏପରି ସ୍ଥଳେ  ମେଡ଼ିକାଲ ଟିମ୍ ସହ ଏନଡିଆରଏଫ ଓ ଫାୟାର ଟିମ୍ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହତଙ୍କୁ ତୁରନ୍ତ ଏସସିବି ସ୍ଥାନାନ୍ତର କରାଯାଉଛି।   ଯେଉଁ ଯାତ୍ରୀମାନେ ସେଠାରେ ରହିଛନ୍ତି ସେମାନଙ୍କୁ କିଭଳି ତାଙ୍କ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇହେବ ସେ ବ୍ୟବସ୍ଥା କରାଯାଉଛି ।

ଚୌଦ୍ବାର ନିର୍ଗୁଣ୍ଡି ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଗାର ବଗି ଲାଇନଚ୍ୟୁତ ହୋଇଥିବା ବେଳେ କାହାରି ମୃତ୍ୟୁ ଘଟି ନଥିବା ସିପିଆରଓ ବିଶ୍ବଜିତ ସାହୁ ସୂଚନା ଦେଇଛନ୍ତି ,ଏବେ ସୁଦ୍ଧା କୌଣସି କ୍ଷୟକ୍ଷତି ସୂଚନା ମିଳିନଥିବା ବେଳେ ଯାତ୍ରୀମାନେ ଭୟରେ ବାହାରକୁ ଦୌଡିଥିଲେ । ଟ୍ରେନ୍‌ର ଏଗାର ବଗି ଲାଇନଚ୍ୟୁତ ହୋଇଥିବା ନେଇ ସୂଚନା ମିଳିଛି । ଖବର ପାଇଁ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।

ତେବେ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ସେ ନେଇ କୌଣସି ସୂଚନା ମିଳିନଥିବା ବେଳେ ତଦନ୍ତ ପରେ ସ୍ପଷ୍ଟ ହେବ । ଭୀଷଣ ଡହ ଡ଼ହ ଖରାରେ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ । କେତେବେଳେ ଟ୍ରେନ ଚଳାଚଳ ସ୍ୱଭାବିକ ହେବ ତାର ମଧ୍ୟ ସୂଚନା ନାହିଁ । ସେପଟେ ଏନେଇ ଏଗାରଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା  ଦେଇଛନ୍ତି ସିପିଆରଓ । ଏହା ଭିତରେ ଏସି ବଗି ଗୁଡିକ ରହିଥିବା କହିଛନ୍ତି ପୂର୍ବତଟ ରେଳପଥ ଅଧିକାରୀ ।ଏହାସହ ରେଳ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି।

Leave a comment