ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କ ପରଲୋକ
ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କ ପରଲୋକ । ହୃଦଘାତରେ ମାତ୍ର ୫୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ଧରି ସାମ୍ବାଦିକତା କରିଆସୁଥିଲେ ବାସୁଦେବ ମହାପାତ୍ର । ପରିବେଶ ଓ ବିଜ୍ଞାନ ସମ୍ପର୍କିତ ଖବର ପାଇଁ ସେ ସୁନାମ ଅର୍ଜନ କରିଥିଲେ ।