ମେଟ୍ରୋ ଟିଭି ଓଡିଶା,୬/୨ : ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଦାଇଁଲ ପଞ୍ଚାୟତର ଯୁବ ସମାଜସେବି ରଞନ କୁମାର ଜେନା ବବି ସାର୍ ଙ୍କ ନିୟାରା ପ୍ରୟାସ ଦେଖିବାକୁ ମିଳିଛି। ନିଜଶ୍ୱ ଉଦ୍ୟମରେ ଦାଇଁଲ ହନୁମାନ ମନ୍ଦିର ପାଖରୁ ବାୟା ଅବଧୂତ କଲେଜ ପାଖ ରାସ୍ତା ଦୁଇପାଖ କଣ୍ଟାକୁ ସପାଂ କରିବା ସହ ରାସ୍ତାରେ ଥିବା ବଡ ବଡ ଖାଲରେ ଇଟା ଗୁଣ୍ଡ କୋଇଲାଛାଇ ପକାଇ ନିଜ ଗ୍ରାମପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି.ଏହି ରାସ୍ତାଦେଇ ପ୍ରତ୍ୟେକ ଦିନ ସହସହ ଲୋକ ସ୍କୁଲ,କଲେଜ,ମେଡିକାଲ ଓ ବିଭିନ୍ନ କାଯ୍ୟରେ ଯିବା ଆସିବା କରନ୍ତି ।
ରାସ୍ତା ଖରାପ ଥିବା ଓ ରାସ୍ତା ଉପରକୁ କଣ୍ଟା ଶୋଇଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହେବାକୁ ପଡୁଥିଲା ସାଧାରଣ ଲୋକମାନଙ୍କୁ ଏବେ ଏହି ରାସ୍ତାରେ ଜିବାଆସିବା କରିବାକୁ ସୁବିଧା ହେଲା ବବି ସାରଙ୍କ ଉଦ୍ୟମରେ। ବବି ସାର୍ ଙ୍କ ଏଭଳି ସମାଜସେବା କାଯ୍ୟକୁ ସ୍ଥାନିୟ ଲୋକ ବହୁତ ପ୍ରଶଂସା କରିଛନ୍ତି।
ରିପୋର୍ଟ -ନଳିନି କାନ୍ତ,ମେଟ୍ରୋ ଟିଭି ଓଡିଶା