ପ୍ରକାଶ ପାଇଲା ଓସିଏସ ରେଜଲ୍ଟ
ଭୁବନେଶ୍ବର: ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସ୍ ରେଜଲ୍ଟ । ତେଜସ୍ବିନୀ ବେହେରା ଓସିଏସ ଟପ୍ପର ହୋଇଛନ୍ତି । ଶୁଭଙ୍କରୀ ସୁଦେଷ୍ଣା ଦାସ ଦ୍ବିତୀୟ ଏବଂ ଅନନ୍ୟା ସୃଷ୍ଟି ଶତପଥୀ ତୃତୀୟ ହୋଇଛନ୍ତି । ୨୦୨୦ ପାଇଁ ହୋଇଥିଲା ପରୀକ୍ଷା ।
ଦେବବ୍ରତ କର ଚତୁର୍ଥ ସ୍ଥାନ ହାସଲ କରିଥିବା ବେଳେ ଦେବବ୍ରତ ମହାରଣା ପଞ୍ଚମ, ଅଭିସ୍ମିତା ତିଓ୍ୱାରୀ ଷଷ୍ଠ । ଶୁଭଶ୍ରୀ ରଥ ସପ୍ତମ, ଶ୍ରୀତପା ମିଶ୍ର ଅଷ୍ଟମ, ବିବେକାନନ୍ଦ ଷଡ଼ଙ୍ଗୀ ନବମ, ତପତି ରାଜ ଦଶମ ସ୍ଥାନ ହାସଲ କରିଛନ୍ତି ।
ସେହିଭଳି ପଙ୍କଜ କୁମାର ମହାନ୍ତ ୧୧, ତାନ୍ମିତା କର ୧୨, ଅଭିଜିତ ଷଡ଼ଙ୍ଗୀ ୧୩, କସ୍ତୁରୀ ପଣ୍ଡା ୧୪, ବିଭୁ ପ୍ରସାଦ ସିଂ ୧୫, ବିଶ୍ୱଜିତ ପଣ୍ଡା ୧୬, ହରପ୍ରିୟା ପୃଷ୍ଟି ୧୭, ଆର କେ ସତ୍ୟରାଜ ଗୁରୁ ୧୮, ଅଣାକର ନାୟକ ୧୯ ଏବଂ ଲିତୁସ୍ମିତା ମିଶ୍ର ୨୦ତମ ସ୍ଥାନ ହାସଲ କରିଛନ୍ତି ।