Odisha ପଦ୍ମପୁରରେ ଜିତିଲା ବିଜେଡି Last updated Dec 8, 2022 ବରଗଡ଼ : ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ନିଜର ଆସନ ବଜାୟ ରଖିଛି ବିଜେଡି । ବିଜେଡି ରେକର୍ଡ ଭୋଟ୍ ବ୍ୟବଧାନରେ ନିର୍ବାଚନ ଜିତିଛି। ପଦ୍ମପୁର ଉପନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି) ବିଜୟୀ ହୋଇଛି। ସ୍ବର୍ଗତ ବିଜୟ ରଂଜନ ସିଂ ବରିହାଙ୍କ ଝିଅ ତଥା ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ୧,୧୯,୫୧୨ ଖଣ୍ଡ ଭୋଟ୍ ମିଳିଛି। ତାଙ୍କର ନିକଟତମ ପ୍ରାର୍ଥୀ ବିଜେପିର ପ୍ରଦୀପ ପୁରୋହିତଙ୍କୁ ୭୭,୪୪୭ ଖଣ୍ଡ ଭୋଟ୍ ମିଳିଛି। ଫଳରେ ବର୍ଷା ସିଂ ବରିହା ୪୨,୦୬୫ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିବା ଜଣାପଡ଼ିଛି। ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ୩୫୪୮ ଖଣ୍ଡ ଭୋଟ୍ ମିଳିଛି। ଲଗାତାର ଦ୍ବିତୀୟ ଥର ପାଇଁ ବିଜେଡି ଉପରେ ଜନତା ଭରସା କରିଛନ୍ତି। ପଦ୍ମପୁରରେ ବିଜେଡି ୪୨,୦୬୫ ଭୋଟ୍ ବ୍ୟବଧାନରେ ନିର୍ବାଚନ ଜିତିଛି। #metro tv#odisha Share