ନୂଆମନ୍ତ୍ରୀ କିଏ ହେବ? ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ବର : ନୂଆମନ୍ତ୍ରୀ କିଏ ହେବ?  ତିନି ଜଣ ନୂଆ ମନ୍ତ୍ରୀ ହେବେ । ଏହାକୁ ନେଇ ଜୋର ଧରିଲାଣି ଚର୍ଚ୍ଚା । ଦୁଇ ମନ୍ତ୍ରୀ ଓ ବାଚସ୍ପତିଙ୍କ ଇସ୍ତଫା ପରେ ନୂଆ ମନ୍ତ୍ରୀ କିଏ ହେବେ, ତାହାକୁ ନେଇ ବିଜେଡିରେ ଚର୍ଚା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଆଜି ଦିଲ୍ଲୀରୁ ଫେରିବେ । ରାଜ୍ୟପାଳ ରାଜ୍ୟ ବାହାରେ ଅଛନ୍ତି । ମୁଖ୍ୟମନ୍ତ୍ରୀ କାହା ନାମ ଘୋଷଣା କରିବେ ତାକୁ ନେଇ ଏବେ ସବୁଠି ଆଲୋଚନା ।  ପୂର୍ବରୁ ନବ ଦାସଙ୍କ ହତ୍ୟା ପରେ ମନ୍ତ୍ରିମଣ୍ଡଳରେ ଗୋଟିଏ ଆସନ ଖାଲିପଡ଼ିଥିଲା। ଏବେ ଦୁଇ ଜଣଙ୍କ ଇସ୍ତଫା ପରେ ମନ୍ତ୍ରିମଣ୍ଡଳରେ ତିନି ଜଣଙ୍କୁ ସାମିଲ କରାଯାଇପାରିବ। ତାହା ସହ ଜଣେ ବରିଷ୍ଠ ବିଧାୟକଙ୍କୁ ବାଚସ୍ପତି କରାଯିବ। ନୂଆ ମନ୍ତ୍ରୀଙ୍କୁ ବାଛି  ନବୀନ ଆଗାମୀ ବର୍ଷ ନିର୍ବାଚନ ପାଇଁ ପୁଣି ଗୋଟି ଚାଳନା କରିଛନ୍ତି ବୋଲି ଆଲୋଚନା ହେଉଛି ।