ଦୈନିକ ୬ ଘଣ୍ଟା ଚାଲିବ ବିଧାନସଭା

ମେଟ୍ରୋ ଟିଭି ଓଡିଶା (୨୯.୬.୨୦୨୨)

ସରିଲା ସର୍ବଦଳୀୟ ବୈଠକ | ଆସନ୍ତା ଜୁଲାଇ ୨ ତାରିଖରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ ବିଧାନସଭାର ବଜେଟ୍ ଅଧିବେଶନ । ଆଜି ବସିଥିବା ସର୍ବଦଳୀୟ ବୈଠକ ପରେ ବାଚସ୍ପତି ବିକ୍ରମ ଆରୁଖ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।

କହିଛନ୍ତି ଯେ, ବିଧାନସଭା ସୁରୁଖୁରୁରେ ଚଳାଇବା ନେଇ ସହମତି ପ୍ରକାଶ ପାଇଛି । କୋଭିଡ କଟକଣା ଭିତରେ ୨ଟି ପର୍ଯ୍ୟାୟରେ ଚାଲିବ ଗୃହ କାର୍ଯ୍ୟ । ପ୍ରଥମ ପର୍ଯ୍ୟାୟ ୧୦ଟା ୩୦ରୁ ୧ ଟା ଓ ଦ୍ବିତୀୟ ପର୍ଯ୍ୟାୟ ୪ଟାରୁ ୭ଟା ଯାଏ ଚାଲିବ ଗୃହ କାର୍ଯ୍ୟ । ଆଗରୁ ୫ ଘଣ୍ଟା ଚାଲୁଥିଲା ବିଧାନସଭା। ତେବେ ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଗତ ହେବ ବଜେଟ୍ । ସେହିପରି ଜୁଲାଇ ୩୦ ତାରିଖରେ ଆଗତ ହେବ ବ୍ୟୟ ମଞ୍ଜୁରୀ ବିଧେୟକ । ଅନ୍ୟପଟେ କୋଭିଡ କଟକଣା ଭିତରେ ଗୃହ ଚାଲିବ ବୋଲି ନିଷ୍ପତ୍ତି ହୋଇଥିବାରୁ ଆଜିଠୁ ୩ ଦିନ ପର୍ଯ୍ୟନ୍ତ ବିଧାନସଭାରେ ବିଧାୟକଙ୍କ କରୋନା ଟେଷ୍ଟ କରାଯିବ । ବିଧାୟକଙ୍କ ସହ ବିଧାନସଭାର କର୍ମଚାରୀ, ସୁରକ୍ଷାକର୍ମୀ, ସାମ୍ବାଦିକଙ୍କର କରୋନା ଟେଷ୍ଟ କରାଯିବ । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବ, ସେମାନଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ।