ଦୀପାଳିଙ୍କୁ ସେବା କରିବାର ସୁଯୋଗ ଦିଅନ୍ତୁ: ନବୀନ
ଝାରସୁଗୁଡ଼ା: ଝାରସୁଗୁଡ଼ାର ଅମିଲିପାଳି ଠାରେ ନିର୍ବାଚନ ପ୍ରଚାର କରି ମୁଖ୍ୟମନ୍ତ୍ରୀ ଦୀପାଳି ଦାସଙ୍କୁ ଭୋଟ ଦେବା ପାଇଁ କହିଛନ୍ତି । ନବୀନ କହିଛନ୍ତି ସ୍ବର୍ଗତ ନବ କିଶୋର ଦାସ ଜଣେ ଦକ୍ଷ ଓ ଲୋକପ୍ରିୟ ନେତା ଥିଲେ । ସେ ଆଜି ଆମ ଭିତରେ ନାହାନ୍ତି। କିନ୍ତୁ ତାଙ୍କର ବିକାଶମୂଳକ କାମ ପାଇଁ ଝାରସୁଗୁଡ଼ାବାସୀ ତାଙ୍କ ଝିଅଙ୍କୁ ସେବା କରିବା ପାଇଁ ସୁଯୋଗ ଦିଅନ୍ତୁ ।
ଆଶୀର୍ବାଦ ଦିଅନ୍ତୁ,ଝାରସୁଗୁଡାବାସୀଙ୍କର ସେବା କରିବାକୁ। ସଭିଙ୍କ ସହଯୋଗରେ ନୂଆ ଝାରସୁଗୁଡା ଗଠନ କରିବା ଲକ୍ଷ୍ୟ ନେଇ ମୁଁ ନିରନ୍ତର କାର୍ଯ୍ୟ କରିଚାଲିବି। ମୋ ବାପା ଦେଖିଥିବା ସ୍ୱପ୍ନ ଏବଂ ଆପଣ ଦେଇଥିବା ଗୁରୁ ଦାୟିତ୍ୱକୁ ସୂଚାରୁ ରୂପେ ସମ୍ପାଦନ କରିବାକୁ ମତେ ମାର୍ଗଦର୍ଶନ କରୁଥାନ୍ତୁ।@Naveen_Odisha @bjd_odisha @pranabpdas pic.twitter.com/0oFL4WUdmV
— Deepali Das (@deepalidas95) May 7, 2023
ତାଙ୍କ ଦାୟିତ୍ବ ନେବା ପାଇଁ ତଥା ସେବା କରିବା ପାଇଁ ତାଙ୍କ ସୁଯୋଗ୍ୟ କନ୍ୟା ଝିଅ ଦିପାଳୀ ଦାସ ଆଗେଇ ଆସିଛନ୍ତି। ସେ ଜଣେ ଉଚ୍ଚ ଶିକ୍ଷିତା ଓ ସମାଜସେବାରେ ତାଙ୍କର ରୁଚି ରହିଛି। ମୋର ବିଶ୍ବାସ ସେ ସେବାର ସୁଯୋଗ ମିଳିଲେ, ତାକୁ ସାକାର କରିପାରିବେ। ବିଜୁ ଜନତା ଦଳ ର ପ୍ରାର୍ଥୀ ଦୀପାଳି ଦାସ ଏହି ଝାରସୁଗୁଡ଼ା ମାଟିର ଝିଅ, ତାଙ୍କୁ ସେବା କରିବାର ସୁଯୋଗ ଦେବେ ବୋଲି ମୋର ବିଶ୍ବାସ ଏବଂ ଅନୁରୋଧ।
ମରାକୁଟା ପଞ୍ଚାୟତର ବୁଢୀପଦର ଗାଁରେ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହ ମିଶି ଆଶୀର୍ବାଦ ମାଗିଥିଲି। ସବୁ ସମୟରେ ସେମାନଙ୍କ ସହ ଠିଆ ହେବାର ପ୍ରତିଶ୍ରୁତି ଦେଲି।@Naveen_Odisha @bjd_odisha @pranabpdas pic.twitter.com/A9txLMguhk
— Deepali Das (@deepalidas95) May 7, 2023