ଜୁନ୍ ରେ ଭଲ ବର୍ଷା
ମେଟ୍ରୋ ଟିଭି ଓଡିଶା (୩୧.୫.୨୦୨୨ )
ଅସହ୍ୟ ଗରମ ଓ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସମସ୍ତେ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଏବେ ବର୍ଷାକୁ ନେଇ ଆଶ୍ୱସ୍ତିକର ଖବର ମିଳିଛି । ଜୁନ୍ ମାସରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ | ଏନେଇ ଆଜି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ବର୍ତ୍ତମାନ ମୌସୁମୀ କେରଳକୁ ସମ୍ପୂର୍ଣ୍ଣ ଭାବେ ସ୍ପର୍ଶ କରି ସାରିଛି । କର୍ଣ୍ଣାଟକ, ଆସାମ, ମେଘାଳୟରେ ପ୍ରବେଶ କରୁଛି । ସାଧାରଣତଃ ଜୁନ୍ ୧୨ ରୁ ୧୫ ମଧ୍ୟରେ ମୌସୁମୀ ଓଡିଶା ଛୁଇଁଥାଏ । ଚଳିତ ମୌସୁମୀ ଋତୁରେ ଓଡିଶାରେ ମିଶ୍ରିତ ବର୍ଷା ହେବା ନେଇ ଆକଳନ କରାଯାଇଛି । ଜୁନରେ ସ୍ୱାଭାବିକ ବର୍ଷା ସହ ମୋଟରେ କିଛି ଅଞ୍ଚଳରେ ଅଧିକ ଓ କିଛି ଅଞ୍ଚଳରେ କମ ବର୍ଷିବ । କେନ୍ଦ୍ର ଓଡିଶା ଓ ଉତ୍ତର ଓଡିଶାର କିଛି ଅଞ୍ଚଳରେ କମ ବର୍ଷିପାରେ । ତେବେ ସାରା ଦେଶରେ ୧୦୩ ପ୍ରତିଶତ ବର୍ଷା ହୋଇପାରେ ଅସହ୍ୟ ଗରମ ଓ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସମସ୍ତେ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଏବେ ବର୍ଷାକୁ ନେଇ ଆଶ୍ୱସ୍ତିକର ଖବର ମିଳିଛି । ଜୁନ୍ ମାସରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ |

ଏନେଇ ଆଜି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ବର୍ତ୍ତମାନ ମୌସୁମୀ କେରଳକୁ ସମ୍ପୂର୍ଣ୍ଣ ଭାବେ ସ୍ପର୍ଶ କରି ସାରିଛି । କର୍ଣ୍ଣାଟକ, ଆସାମ, ମେଘାଳୟରେ ପ୍ରବେଶ କରୁଛି । ସାଧାରଣତଃ ଜୁନ୍ ୧୨ ରୁ ୧୫ ମଧ୍ୟରେ ମୌସୁମୀ ଓଡିଶା ଛୁଇଁଥାଏ । ଚଳିତ ମୌସୁମୀ ଋତୁରେ ଓଡିଶାରେ ମିଶ୍ରିତ ବର୍ଷା ହେବା ନେଇ ଆକଳନ କରାଯାଇଛି । ଜୁନରେ ସ୍ୱାଭାବିକ ବର୍ଷା ସହ ମୋଟରେ କିଛି ଅଞ୍ଚଳରେ ଅଧିକ ଓ କିଛି ଅଞ୍ଚଳରେ କମ ବର୍ଷିବ । କେନ୍ଦ୍ର ଓଡିଶା ଓ ଉତ୍ତର ଓଡିଶାର କିଛି ଅଞ୍ଚଳରେ କମ ବର୍ଷିପାରେ । ତେବେ ସାରା ଦେଶରେ ୧୦୩ ପ୍ରତିଶତ ବର୍ଷା ହୋଇପାରେ