କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଧର୍ମଗଡ଼ ବନାଞ୍ଚଳ ସାହାଜଖୋଲ ବ୍ୟାପକ ଜଙ୍ଗଲ ଜଳିଯିବା ଓ ମାଫିଆ ମାନେ କାଟି ନଷ୍ଟ କରିଦେବା ପରେ ଖାଦ୍ୟ ଅନ୍ୱେଷଣରେ ବନ୍ୟଜନ୍ତୁ ମାନେ ଏବେ ଗାଁ ମୁହାଁ ହୋଇଛନ୍ତି। ବିଗତ କିଛି ମାସ ହେବ ବାରମ୍ବାର ଆମପାଣି ବନ ବିଭାଗ ଅଞ୍ଚଳରେ ଭାଲୁ ବିଭିନ୍ନ ଗ୍ରାମରେ ପଶି ଲୋକଙ୍କ ଉପରେ ଆକ୍ରମଣ କରୁଛି। କେତେବେଳେ କିଏ ଗୁରୁତର ଭାବେ ଆହତ ହେଉଛନ୍ତି ତ ଆଉ କେତେବେଳେ କାହାର ଜୀବନ ମଧ୍ୟ ଚାଲି ଯାଉଛି। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋକସରା ବ୍ଲକ ଆମପାଣି ବନାଞ୍ଚଳ ବରାଡ଼ଙ୍ଗା ରାସ୍ତାରେ ।ପାତ୍ରବସା ଗାଁ ର ବ୍ରଜ ବାଗ ଙ୍କ ସ୍ତ୍ରୀ ଭବାନୀ ବାଗ ଭୋର ସମୟରେ ମା ଦେହ ଅସୁସ୍ଥ ଥିବାରୁ ଆମପାଣି ପଞ୍ଚାୟତ ପାତ୍ରବସା ଗାଁ ରୁ ବେହେରନସିଲ୍ ଯାଉଥିବା ବେଳେ ବରାଡଙ୍ଗା ଶିଉନି ରାସ୍ତା ନିକଟରେ ଏକ ଭାଲୁ ଆକ୍ରମଣ କରିଥିଲା, ଭାଲୁ ତାଙ୍କ ମୁଣ୍ଡ ରେ ଓ ଦେହ ର ବିଭିନ୍ନ ସ୍ଥାନରେ ନଖ ରେ ରାମ୍ପି କ୍ଷତବିକ୍ଷତ କରିବା ଫଳରେ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକେ ଦେଖି ଆମପାଣି ଜଙ୍ଗଲ କର୍ମଚାରୀ ଓ ଆମପାଣି ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ଆମପାଣି ଜଙ୍ଗଲ ବିଭାଗ କର୍ମଚାରୀ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା ପଠାଇଛି। ତେବେ ବିଗତ କିଛି ମାସ ତଳେ ଏହି ପଞ୍ଚାୟତ ର ତେତେଲପଡା ର ଜଣଙ୍କୁ ମଧ୍ୟ ଭାଲୁ ଆକ୍ରମଣ ରେ ଗୁରୁତର ହୋଇ ପରବର୍ତ୍ତୀ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣା ର ପୁଣି ପୁନାରୁବୃତ୍ତି ହୋଇଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜଙ୍ଗଲ ବିଭାଗର ଅବହେଳା କୁ ନେଇ ଅସନ୍ତୋଷ ଦେଖାଦେଇଛି। ଜଙ୍ଗଲରେ ପାଣିର ଅଭାବ ସହିତ ପ୍ରାୟ ଜଙ୍ଗଲ ନିଆଁ ଲାଗି ଜଳିଯିବା ମାଫିଆ ଗଛ କାଟିବା ଫଳରେ ଜଙ୍ଗଲ ସମ୍ପଦ ନଷ୍ଟ ହୋଇ ବନ୍ୟଜନ୍ତୁ ମାନେ ଖାଦ୍ୟ ଅଭାବ ସହିତ ବାସସ୍ଥାନ ହରାଇ ବର୍ତ୍ତମାନ ଗାଁ ମୁହାଁ ହୋଇଛନ୍ତି। ମାତ୍ର ବନ ବିଭାଗ ପକ୍ଷରୁ ସେଭଳି କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । କ୍ଷତିଗ୍ରସ୍ତ ଲୋକମାନଙ୍କୁ ତୁରନ୍ତ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦେବା ସହ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଦାବି ହେଉଛି।
Trending
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
- ଆଜି ଓଡ଼ିଆ ପାଳୁଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ
- ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି ଦ୍ବିତୀୟ ଦିବସ ଥିଲା,ଆଜି ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଶେଷ
Prev Post
Next Post