ମାସ ଆରମ୍ଭରୁ ଏପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକଠାରୁ ୨ ପ୍ରତିଶତ ଅଧିକ ବର୍ଷା ହୋଇଛି।ଚଳିତ ବର୍ଷ ଜୁଲାଇରେ ଭଲ ବର୍ଷା ହୋଇଛି।ଏହି ସମୟ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୪୭୬.୮ ମିମି ବର୍ଷା ହୋଇଥାଏ। କିନ୍ତୁ ଏଥର ସର୍ବମୋଟ ୪୮୮.୫ ମିମି ହୋଇଛି। ଏହା ଚାଷ କାର୍ଯ୍ୟ ପାଇଁ ଅନୁକୂଳ ବାତାବରଣ ତିଆରି କରିଛି ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ, ଗତ ୨୫ ଦିନରେ ରାଜ୍ୟର ୫ ଜିଲ୍ଲାରେ ଅତିରିକ୍ତ ବର୍ଷା ଅର୍ଥାତ ୨୦%ରୁ ଅଧିକ ବର୍ଷା ହୋଇଛି। ବୌଦ୍ଧରେ ସର୍ବାଧିକ ୫୪% ଅଧିକ ବର୍ଷା ହୋଇଥିବା ବେଳେ କନ୍ଧମାଳରେ ୪୬% ଅଧିକ ହୋଇଛି। ମାଲକାନଗିରି, ଜଗତସିଂହପୁର ଓ ଢେଙ୍କାନାଳରେ ମଧ୍ୟ ବର୍ଷାର ପରିମାଣ ୨୦%ରୁ ଅଧିକ ରହିଛି। କେବଳ ଗୋଟିଏ ଜିଲ୍ଲା ସୁନ୍ଦରଗଡ଼ରେ ୩୬% ନିଅଣ୍ଟିଆ ବର୍ଷା ହୋଇଛି। ଏହାବ୍ୟତୀତ ଜୁଲାଇରେ ରାଜ୍ୟର ସବୁ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି।ସୋମବାର ଦିନ ରାଜ୍ୟରେ ଦିନତମାମ ବର୍ଷା ଲାଗି ରହିଥିଲା। ଖୋର୍ଧା ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ବର, ଭଦ୍ରକ, କୋରାପୁଟ, ନବରଙ୍ଗପୁର, କଟକ ଓ ଢେଙ୍କାନାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା।
Trending
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ