ମେଟ୍ରୋ ଓଡ଼ିଆ (୨୪.୩.୨୦୨୨):
ଆରମ୍ଭ ହେଲାଣି ଗ୍ରୀଷ୍ମର ପ୍ରଭାବ । ବୃଦ୍ଧି ପାଉଛି ରାଜଧାନୀର ତାପମାତ୍ରା । ଏପରି ସ୍ଥଳେ ଖରା ଦାଉରୁ ରକ୍ଷା ପାଇବା ପାଇଁ ନନ୍ଦନକାନ କତୃପକ୍ଷଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗରମ ସହି ନ ପାରି ଛାଇ ଖୋଜୁଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ସଦସ୍ୟ । କିଏ ଗଛ ଛାଇରେ ତ ଆଉ କିଏ ପାଣିରେ ଶୋଇ ରହୁଛନ୍ତି । ସିମ୍ପାଂଜି, ବାଘ, ସିଂଘ, ହାତୀ, ହରିଣ ସହ ବିଭିନ୍ନ ପ୍ରକାରର ପକ୍ଷୀ ତାତିରୁ ତ୍ରାହି ପାଇଁ ଚେଷ୍ଟା କରୁଛନ୍ତି ।ତାତିରୁ ତ୍ରାହି ପାଇଁ ନନ୍ଦନକାନନ କର୍ତୃପକ୍ଷଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଛୋଟ ହାତୀ ମାମାକୁ ପାଣି ପକାଇ ଗାଧୋଇ ଦେଉଛନ୍ତି ମାହୁନ୍ତ । ପଶୁପକ୍ଷୀଙ୍କ ପାଣି ପିଇବା ପାଇଁ ବରଫ ମିଶ୍ରିତ ପାଣି ଦିଆଯାଉଛି । ସମ୍ପାଞ୍ଜିଙ୍କୁ ପଇଡ, ତରଭୁଜ ଖାଇବାକୁ ଦିଆଯାଉଛି । କୌଣସି ଜୀବ ଅସୁସ୍ଥ ହେଲେ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ସଜାଗ ରହିଥିବା ନନ୍ଦନକାନନର ବରିଷ୍ଠ ଚିକିତ୍ସକ କହିଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଭୁବନେଶ୍ୱର ଓ ନନ୍ଦନକାନନ ଭିତରେ ତାପାମାତ୍ରା ପ୍ରାୟ ୩୭-୩୮ ଡିଗ୍ରୀ ରହୁଛି ।