ଇଡି ପୁଣି ଶ୍ରଦ୍ଧାଞ୍ଜଳିଙ୍କୁ କରୁଛି ଜେରା , କିଛି ରହସ୍ୟ ବାହାରିବ କି?
ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ କେଉଁଠି ଅପରାଧର ଚେର ରହିଛି ତାହାର ରହସ୍ୟ ଖୋଳତାଡ଼ କରୁଛି ଇଡି । ପୁଣି ଶ୍ରଦ୍ଧାଞ୍ଜଳିଙ୍କୁ ଜେରା ଆରମ୍ଭ କରିଛି ଇଡି । କିଛି ଦିନ ଲୁଚକାଳି ଖେଳିବା ପରେ ପୁଣି ଇଡି ଅଫିସରେ ପହଁଚିଛନ୍ତି ଶ୍ରଦ୍ଧାଞ୍ଜଳି । ତେବେ ଏହି ଜେରାରୁ ଇଡି କେଉଁ ବଡ଼ ମାଛର ଠିକଣା ପାଇଛି କି ନାହିଁ ତାହା ଜଣାପଡିନାହିଁ । ବ୍ଲାକ ମେଲ, କୋଟି କୋଟି ଟଙ୍କା ଆଦାୟ କେଉଁ କେଉଁ ଉପାୟରେ କରାଯାଇଛି ତାହାର ଇଡି ଜୋରଦାର ତଦନ୍ତ କରୁଛି । ଶ୍ରଦ୍ଧାଞ୍ଜଳି ବେହେରା ଇଡି କାର୍ଯ୍ୟାଳୟରେ ଆଉ କିଛି ଗୁମର ଖୋଳି ପାରନ୍ତି ବୋଲି ଚର୍ଚା ଚାଲିଛି । ତୃତୀୟ ଥର ପାଇଁ ଶ୍ରଦ୍ଧାଞ୍ଜଳି ଇଡିରେ ହାଜର ହୋଇଥିବା ବେଳେ ଶ୍ରଦ୍ଧାଞ୍ଜଳିକୁ ଜେରା କରୁଛି ପ୍ରବର୍ତ୍ତନ ନିର୍ଦେଶାଳୟ । ଅର୍ଚ୍ଚନା-ଜଗବନ୍ଧୁଙ୍କ ସହ ଶ୍ରଦ୍ଧାଞ୍ଜଳିଙ୍କ ସମ୍ପର୍କକୁ ନେଇ ଇଡି ପଚରାଉଚରା କରୁଛି ।